ଏଜି ଛକ ରେ ଏଡିଜି ଙ୍କ ଝିଅ ଙ୍କ ଉନ୍ମକ୍ତ କାଣ୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବରୁ ପୋଲିସ ର ଦବଙ୍ଗ ଗିରି ଦେଖିବାକୁ ମିଳୁଥିଲା । ଏବେ କିନ୍ତୁ ଦେଖିବାକୁ ମିଳୁଛି ଟିକେ ଭିନ୍ନ ଚିତ୍ର , ସେମାନଙ୍କ ପରିବାର ଲୋକଙ୍କ ଦାଦାଗିରି । ଏଭଳି ଘଟଣା ରାଜଧାନୀର ମେରୁଦଣ୍ଡ କୁହାଯାଉଥିବା ଏଜି ଛକ ରେ ଦେଖିବାକୁ ମିଳିଛି । ଆଡିସିନାଲ ଡିଜି ପ୍ରାଣବନ୍ଧୁ ଆଚାର୍ଯ୍ୟ ଙ୍କ ଝିଅ ର କାର୍ଯ୍ୟରତ ଟ୍ରାଫିକ ମହିଳା କନେଷ୍ଟବଳ ଙ୍କୁ ଦୁର୍ବ୍ୟବହାର ଓ ଧମକ ଚମକ ଦେବା ସହ ତୋ ଚାକିରୀ ନେଇଯିବି ବୋଲି କହିଥିଲେ । ପୋଲିସ କୁ ଆଇନର ମଧ୍ୟ ପାଠ ପଢାଇଥିଲେ ।

ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ପ୍ରାୟ ୫ଟା ରୁ ୫:୩୦ ସମୟରେ ୧ ନମ୍ବର ହାଟ ରାସ୍ତାରୁ ଆଡିସିନାଲ ଡିଜି ଙ୍କ ଝିଅ କାର ରେ ଯାଉଥିଲେ ସାଙ୍ଗରେ ମା’ ମଧ୍ୟ ଥିଲେ । ମୁଖ୍ୟମନ୍ତ୍ରୀ ଙ୍କ କାରକେଡ ଆସୁଥିବା ପାଇଁ ସବୁ ଗାଡିକୁ ଅଟକା ଯାଇଥିଲା । କିନ୍ତୁ ଏଡିଜି ଙ୍କ ଝିଅର ସ୍ୱିଫ୍ଟ ଗାଡି (ଓଆର-୧୫, ଏଲ ୨୭୨୭)ଯେବ୍ରା କ୍ରସିଂ ପାର କରିଯାଇଥିବାରୁ ମହିଳା ଟ୍ରାଫିକ କନେଷ୍ଟବଳ ତାଙ୍କ ଗାଡି ର ବର୍ନେଟ କୁ ବାଡେଇ ଗଡ଼ି କୁ ପଛକୁ ନେବାକୁ କହିଥିଲେ । ବାସ ସେତିକିରେ ମ୍ୟାଡମ ଉତକ୍ଷିପ୍ତ ହୋଇଉଠିଥିଲେ ।
ସେ କାର୍ଯ୍ୟରତ ଟ୍ରାଫିକ ମହିଳା କନେଷ୍ଟବଳଙ୍କ ସହ ଯୁକ୍ତିତର୍କ କରିବସିଲେ । କଥା ଏତିକିରେ ସରିନଥିଲା କାର କୁ ନେଇ ରାସ୍ତା ମଝିରେ ରଖି କନେଷ୍ଟବଳ ଙ୍କ ଚାକିରୀ ନେଇଯିବାକୁ ଧମକ ଦେବାକୁ ମଧ୍ୟ ପଛାଇନଥିଲେ । ଯେହେତୁ ମୁଖ୍ୟମନ୍ତ୍ରୀ ଙ୍କ ଆସିବା ସମୟ ହୋଇଯାଇଥିବାରୁ ଟ୍ରାଫିକ ଓ କ୍ୟାପିଟାଲ ଥାନା ପୋଲିସ କାର କୁ ରାସ୍ତା ରୁ ହଟାଇ ଦେଇଥିଲେ । ଏହାର କିଛି ସମୟପରେ ଏଡିଜି ନିଜେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ଟ୍ରାଫିକ ଥାନା କୁ ଯାଇ କାର ନେଇ ଚାଲିଯାଇଥିଲେ ।

ଏତେ ବଡ଼ ଘଟଣା ଘଟି ମଧ୍ୟ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି । ବିଗତ କିଛିଦିନ ତଳେ ଜଣେ ଯୁବକ ମହିଳା ଟ୍ରାଫିକ କନେଷ୍ଟବଳ ଙ୍କୁ ଦୁର୍ବ୍ୟବହାର କରିବା ନେଇ ଅଭିଯୋଗ ହେବାରୁ ସେ ଗିରଫ ହୋଇଥିଲେ । କିନ୍ତୁ ଏ କ୍ଷେତ୍ରରେ ପୋଲିସ ର ନୀରବତା ଅନେକ ପ୍ରଶ୍ନ ଉଠାଉଛି ।

ଅନ୍ୟପକ୍ଷରେ ଡିସିପି ଅନୁପ କୁମାର ସାହୁ ଙ୍କୁ ଏ ସମ୍ପର୍କରେ ପଚରା ଯିବାରୁ ସେ ଟ୍ରାଫିକ ଏସିପି ଙ୍କୁ କାଲି ପର୍ଯ୍ୟନ୍ତ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ କହିଛନ୍ତି ଓ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯନୁଷ୍ଠାନ ନିଆ ଯିବ ବୋଲି କହିଛନ୍ତି । ଦେଖିବାକୁ ବାକି ରହିଲା ଦୋଷୀ ବିରୁଦ୍ଧରେ କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

       ଏ ଘଟଣା ସମ୍ୱନ୍ଧୀୟ ମତ ପ୍ରକାଶ କରିଛନ୍ତି 

ସହରାଞ୍ଚଳ ପୋଲିସ ଜିଲ୍ଲା ସଙ୍ଘ ଓ ଭୁବନେଶ୍ୱର ସାମ୍ବାଦିକ ସଙ୍ଘ

ସହରାଞ୍ଚଳ ପୋଲିସ ଜିଲ୍ଲା ସଙ୍ଘ ଏଭଳି ଘଟଣା କୁ ଦୃଢ଼ ନିନ୍ଦା କରିବା ସହ ଆଗାମୀ ଦିନରେ ପୋଲିସ ମାନସିକ ଚାପ ରେ ରହିବ ବୋଲି କହିଛନ୍ତି । ଯଦି ଆଇନ ରକ୍ଷା କରୁଥିବା ବରିଷ୍ଠ ଅଧିକାରୀ ଙ୍କ ପରିବାର ଲୋକ ଆଇନ ମାନିବେନି ତେବେ ସାଧାରଣ ଜନତାକୁ କଣ କହିବୁ ବୋଲି ପ୍ରଶ୍ନ କରିଛନ୍ତି।

ଅପରପକ୍ଷରେ ଭୁବନେଶ୍ୱର ସାମ୍ବାଦିକ ସଙ୍ଘର ସଭାପତି ପ୍ରତାପ ପ୍ରଧାନ ଏଭଳି ଲଜ୍ୟା ଜନକ ଘଟଣାକୁ ନିନ୍ଧା କରି କହିଛନ୍ତି “ଏଥିରେ ପୋଲିସ ପକ୍ଷପାତିତା କରୁଛି । ନିଜକୁ ବଞ୍ଚାଇବା ଓ ନିର୍ଦ୍ଦୋଷ ପ୍ରମାଣ କରିବା ପାଇଁ ୫ ମିନିଟ ଭିତରେ ପାଖାପାଖି ବର୍ଷେ ପୂର୍ବରୁ ହୋଇଥିବା ସାମ୍ବାଦିକ ଓ ଟ୍ରାଫିକ ପୋଲିସର ବାଡ଼ିଆବାଡ଼ି ର ସିସିଟିଭି ଭିଡ଼ିଓ କୁ ଖୋଦ ପୋଲିସ ଭାଇରଲ କରିଥିଲା । ହେଲେ ଏଡିଜି ଙ୍କ ଝିଅ କ୍ଷେତ୍ରରେ କାହିଁକି ଚୁପ ବସିଛି । ଯେହେତୁ ନିଜ ବିଭାଗ ର ବରିଷ୍ଠ ଅଧିକାରୀ ଙ୍କ ଲୋକ ? କାଳେ ଚାକିରୀ ଚାଲିଯିବା ଭୟରେ ଥାନରେ ଅଭିଯୋଗ କରୁନାହାନ୍ତି ବା ଉଚ୍ଚ ଅଧିକାରୀ ଙ୍କ ଚାପ ମଧ୍ୟ ପଢୁଥିବ । ପୋଲିସ ଅନ୍ୟପାଇଁ ଯଦି କଠୋର ହୋଇପାରୁଛି ସାମ୍ବାଦିକ ଘଟଣାରେ ଯଦି ଭିଡ଼ିଓ ଭାଇରାଲ କରିପାରୁଛି ତେବେ ଏକ୍ଷେତ୍ରରେ ବି ଭିଡ଼ିଓ ସାର୍ବଜନୀନ ହେବା ଦରକାର ବୋଲି ମତ ପ୍ରକାଶ କରିଛନ୍ତି “।

Leave A Reply

Your email address will not be published.