ମହାନଦୀ ମହାବିଦ୍ୟାଳୟରେ ଆଧାର ସଂଯୋଗୀକରଣ ସଚେତନତା କାର୍ଯ୍ୟକ୍ରମ

0

କିଶୋରନଗର, ଓଡ଼ିଶା ଫାଷ୍ଟ: ସ୍ଥାନୀୟ ମହାନଦୀ କନିଷ୍ଟ ମହାବିଦ୍ୟାଳୟରେ ଆଜି ଭୋଟର ପରିଚୟ ଓ ଆଧାର ସଂଯୋଗୀକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧକ୍ଷ ଧନେଶ୍ଵର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଶନନଗର ତହସିଲଦାର ସୁଶ୍ରୀ ଇନ୍ଦିରା ସାହୁ ଉଚ୍ଚବିଭାଗୀୟ ଅଧିକାରୀ ଅର୍ଚ୍ଚନା ଜେନା ସମ୍ପୃକ୍ତ ଅଧିକାରୀ ଅରବିନ୍ଦ ନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଭୋଟର ପତ୍ର ସହ ଆଧାର ସଂଯୋଗିକରଣ ପ୍ରକିୟା ଉପରେ ବୁଝାଇବା ସହିତ ଗ୍ରାମାଞଳ ଜନସାଧାରଣ ଭିତରେ ଏଥିପ୍ରତି ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ ।

ତହସିଲଦାର ସୁଶ୍ରୀ ସାହୁ ଏହି କାର୍ଯ୍ୟକ୍ରମକୁ ନିଜ ଅଞ୍ଚଳରେ ସତପ୍ରତିଶତ ସଫଳ କରିବାକୁ ଅଧ୍ୟାପକ ଓ କର୍ମଚାରୀଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ରଞ୍ଜନ ଜେନା, ପ୍ରମୋଦ ମଲ୍ଲିକ, ଦରିଦ୍ର ସାମଲ, ଅକ୍ଷୟ ଜେନା, ଅଧ୍ୟାପିକା ଆଲୋକରଶ୍ମି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମର ଆୟୋଜକ ଗ୍ରନ୍ଥାଗାରିକ ଲାଲାଟ କିଶୋର ମହାନ୍ତି କ୍ରୀଡା ଶିକ୍ଷକ ପବିତ୍ର ପରିଡା କର୍ମଚାରୀ ପଶୁରାମ ଶତପଥି, ପ୍ରଦୀପ୍ତ ମହାପାତ୍ର ଓ ରଶ୍ମି ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ଶେଷରେ ଡିଇଓ ଚନ୍ଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

SOA post below
Leave a comment