ବୈଜୟନ୍ତ ପଣ୍ଡାଙ୍କୁ ଗିରଫ ଦାବିରେ ଲୋୟର ପିଏମ୍‌ଜିରେ ଆଦିବାସୀ ସଙ୍ଗଠନର ବିରୋଧ ପ୍ରଦର୍ଶନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସାରୁଅ ଜମି କେଳେଙ୍କାରୀ ବିରୋଧରେ ରାଜଧାନୀ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆଦିବାସୀ ସଙ୍ଗଠନର ବିରୋଧ ପ୍ରଦର୍ଶନ। ନିରୀହ ଦଳିତ ଆଦିବାସୀଙ୍କ ସହ ବୈଜୟନ୍ତ ପଣ୍ଡା ବିଶ୍ୱାସ ଘାତକତା କରିଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ। ଆଦିବାସୀଙ୍କ ଜମି ଫେରାଇବା ଦାବିରେ ଆଦିବାସୀ ସଙ୍ଗଠନ ପକ୍ଷରୁ ପ୍ରତିବାଦ।

ବୈଜୟନ୍ତ ପଣ୍ଡାଙ୍କୁ ଶୀଘ୍ର ଗିରଫ ଦାବି କରିଛି ଦଳିତ ଏବଂ ଆଦିବାସୀ ମହିଳା ମଞ୍ଚ। ସେପଟେ ଅଷ୍ଟମ ଦିନରେ ସାରୁଅ ଠିକା କମର୍ଚାରୀଙ୍କ ଧାରଣା। ୫ ଦଫା ଦାବିରେ ଅନ୍ଦୋଳନ ଜାରି ରଖିଛନ୍ତି ପୁରୁଷ ଓ ମହିଳା ଠିକା କର୍ମଚାରୀ। ଧାରଣାରେ ବସିଥିବା ୩୨ ଜଣ କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରହିଛି। ସାରୁଅରେ ଥିବା ଓଟିଭି ଷ୍ଟୁଡିଓ ୟୁନିଟରେ କାର୍ଯ୍ୟରତ ଠିକା କର୍ମଚାଚାରୀଙ୍କୁ ଓଡ଼ିଶା ଇନ୍‌ଫ୍ରାଟେକ୍‌ର ଦୁଇ କର୍ମଚାରୀ ଦୀନବନ୍ଧୁ ସାମନ୍ତ ଏବଂ ବିଶ୍ୱଜିତ ରାଉତରାୟ ଧମକ ଦେଇଥିଲେ।

ଏନେଇ ଦୁହିଁଙ୍କୁ ଅକ୍ଟୋବର ୩୧ ତାରିଖରେ ଗିରଫ କରାଯାଇଥିଲା। ହେଲେ ଠିକା କର୍ମଚାଚାରୀ ଏବେବି ନ୍ୟାୟ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି। ସେପଟେ ରବି ସେଠିକୁ ଜମି ବିକିଥିବା ୨୨ ଜଣଙ୍କୁ କ୍ରାଇମବ୍ରାଞ୍ଚ EOW ନୋଟିସ। ଆସନ୍ତାକାଲି ସେମାନେ ଖୋର୍ଦ୍ଧା ଜିଲ୍ଲା ଜଜ କୋର୍ଟରେ ହାଜର ହୋଇ ପକ୍ଷରଖିବେ ।

Leave A Reply

Your email address will not be published.