ଆଦିତ୍ୟ ମୃତ୍ୟୁ ମାମଲା: ପପୁ ଓ ବିକାଶଙ୍କୁ ଜେରା କରିବ ପୋଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରତ୍ୟେକ ଦିନ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାମଲାର ତଦନ୍ତ ଏବେ ବି ଜାରି ରହିଛି । ମାନବପ୍ରେମୀ ଆଦିତ୍ୟ ଦାସଙ୍କ ଡାଏରୀରୁ ନୋଟ ମିଳିବା ପରେ ମୃତ୍ୟୁର କାରଣକୁ ନେଇ ପିପୁଲ ଫର ସେବା ଓ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ମୁହାଁମୁହିଁ ହୋଇଛନ୍ତି । ତାଙ୍କ କଲ୍‌ ଡିଟେଲ୍‌ ଯାଞ୍ଚ କରୁଛି ରେଳବାଇ ପୋଲିସ । ଜୁନ୍‌ ୧ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଆଦ୍ୟତ୍ୟଙ୍କ କଲ୍ ଡିଟେଲ୍‌ ଯାଞ୍ଚ କରାଯାଉଛି । ସେପଟେ ଖୁବଶୀଘ୍ର ଥାନାରେ ହାଜର ହେବେ ଆଦିତ୍ୟଙ୍କ ଦୁଇ ସହଯୋଗୀ ତଥା ପିପୁଲ ଫର ସେବାର ସଦସ୍ୟ ପପୁ ଓ ବିକାଶ । ଏଥିପାଇଁ ସେମାନଙ୍କୁ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି । ସେବାଶ୍ରମର ଆର୍ଥିକ କାରବାରକୁ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି । ଆଦିତ୍ୟଙ୍କ ଦୁଇ ବନ୍ଧୁଙ୍କୁ ଏବେ ଜିଆରପି ପଚରାଉଚୁରା କରୁଛି । ଜୁନ୍ ୧ ତାରିଖରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ସେ କାହା ସହ ଯୋଗାଯୋଗ କରିଥିଲେ ଓ କଣ କଥା ହୋଇଛନ୍ତି ସେହି ବିଷୟରେ ଯାଞ୍ଚ କରାଯାଉଛି । ତେବେ ଏଥିରେ ପପୁ ଓ ବିକାଶଙ୍କ କିଛି ଭୂମିକା ରହିଛି ବୋଲି ଆଶଙ୍କା କରାଯାଉଛି। ଅର୍ଥକୁ ନେଇ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ପପୁଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ, ଆଦିତ୍ୟଙ୍କର ସବୁଠାରୁ ନିକଟତର ବନ୍ଧୁ ବିକାଶ ଥିଲେ ଯିଏ କି ତାଙ୍କ ଗ୍ରୁପ୍ ର ମଧ୍ୟ ଜଣେ ସଦସ୍ୟ ଥିଲେ । ଆଦିଙ୍କ ମୃତ୍ୟୁ ପରେ ବିକାଶ ତାଙ୍କ ବୟାନରେ କହିଛନ୍ତି ଯେ, ଆଦି ବାହା ହୋଇ ଭୁଲ କରିଛନ୍ତି ବୋଲି ତାଙ୍କୁ କହିଥିଲେ । ହେଲେ ଆଦିତ୍ୟଙ୍କ ପତ୍ନୀ ଏସବୁ କଥାକୁ ଖଣ୍ଡନ କରିଛନ୍ତି । ଏହି ସବୁ ମନ୍ତବ୍ୟ ପାଇଁ ଘଟଣାରେ ନୂଆ ନୂଆ ପରିସ୍ଥିତି ସୃଷ୍ଟି ହେଉଛି । ସେଥିପାଇଁ ଜିଆରପି ଏବେ ଏହି ମାମଲା ନେଇ ତନାଘନା ଚଲାଇଛି । ଜିଆରପିର ସୂଚନା ଅନୁସାରେ ଖୁବ ଶୀଘ୍ର ଏହି ମାମଲା ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ । ପିପୁଲ ଫର ସେବା ଅଭିଯୋଗ ଅନୁସାରେ ମାମଲା ରୁଜୁ କରାଯାଇଛି । ଏଥିପାଇଁ ପପୁ ଓ ବିକାଶଙ୍କୁ ହାଜର ହେବା ପାଇଁ ଜିଆରପି ନୋଟିସ୍ ଜାରି କରିବ ବୋଲି କହିଛନ୍ତି ।

SOA

Leave A Reply

Your email address will not be published.