ଆଦିତ୍ୟଙ୍କର ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ହତ୍ୟା ମାମଲା ରୁଜୁ କଲା ପୋଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସମାଜସେବୀ ଆଦିତ୍ୟ ସୁନ୍ଦର ଦାସ ମୃତ୍ୟୁ ଏବେ ଭିନ୍ନ ମୋଡ ନେଇଛି । ରେଳବାଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପିପୁଲ ଫର ସେବା କର୍ମକର୍ତାଙ୍କ ଏତଲାକୁ ଭିତିକରି ପୁଲିସ ହତ୍ୟା ମାମଲା ରୁଜୁ କରିଛି । ପୂର୍ବରୁ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ସେହିପରି ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ପୁଲିସର ହସ୍ତଗତ ହୋଇଛି । ପୂର୍ବରୁ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିଲା।
ସୂଚନାଯୋଗ୍ୟ, ଆଦିତ୍ୟ ଆତ୍ମହତ୍ୟା କରିନଥିବା ସମ୍ପର୍କୀୟମାନେ ସନ୍ଦେହ କରିଥିଲେ । ଏନେଇ ବାରମ୍ବାର ପୁଲିସକୁ କହିବା ପରେ ମଧ୍ୟ ପୁଲିସ ହତ୍ୟା ମାମଲା ରୁଜୁ କରିନଥିଲା । ବୁଧବାର ପିପୁଲ ଫର ସେବାର କର୍ମକର୍ତାମାନେ ରେଳବାଇ ଥାନାରେ ବିଧିବଦ୍ଧ ଭାବେ ଏତଲା ଦାୟର କରିଥିଲେ । ହେଲେ ପୁଲିସ ତାହାକୁ ଗ୍ରହଣ କରିନଥିଲା । ପରେ କର୍ମକର୍ତାମାନେ ଥାନା ଆଗରେ ଧାରଣାରେ ବସିଥିଲେ । ବରିଷ୍ଠ ପୁଲିସ ଅଧିକାରୀ ପହଁଚି ଏତଲା ଗ୍ରହଣ କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।
ସେହିପରି ଗୁରୁବାର ସକାଳେ ପୁଲିସକୁ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିଛି । ଶକ୍ତ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ରିପୋର୍ଟ ରେ ଜଣାପଡିଛି । ତଥାପି ପୁଲିସ ଘଟଣାକୁ ଗମ୍ଭୀରତାର ନେଇ ଛାନଭିନ କରୁଛି । ବିଶେଷ କରି ଡାଏରୀରେ ଉଲ୍ଲେଖଥିବା ସୁଇସାଇଟାଲ ନୋଟକୁ ମଧ୍ୟ ପୁଲିସ ଅନୁଧ୍ୟାନ କରୁଛି ।
ଉକ୍ତ ଡାଏରୀରେ ସେ ଆତ୍ମହତ୍ୟା କରୁଥିବା ଓ ଏଥିପାଇଁ କେହି ଦାୟି ନୁହଁନ୍ତି ବୋଲି ଉଲ୍ଲେଖ କରିଛନ୍ତି । ଏଥିସହିତ ସେ ତାଙ୍କ ପତ୍ନୀକୁ ବହୁତ ଭଲ ପାଆନ୍ତି, ଉପରେ ରହି ମିସ୍ କରିବେ ବୋଲି ମଧ୍ୟ ଲେଖିଛନ୍ତି । ତେବେ ପୁଲିସ ଉକ୍ତ ସୁଇସାଇଡାଲ ନୋଟକୁ ଅନୁଧ୍ୟାନ କରୁଛି । ସେଥିରେ ଥିବା ହସ୍ତାକ୍ଷରକୁ ପୋରେନସିକ ଯାଞ୍ଚ ପାଇଁ ପଠାଯିବ ବୋଲି ପୁଲିସ କହିଛି ।

SOA

Leave A Reply

Your email address will not be published.