ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ଘଟଣା: ସ୍କାନରରେ ସେବାଶ୍ରମ ସଦସ୍ୟ ଓ ସାଙ୍ଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସମାଜସେବୀ ଆଦିତ୍ୟ ଦାସଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ପ୍ରମାଣ ଖୋଜୁଛି ରେଳବାଇ ପୋଲିସ । ସିଡିଆର୍‌ ଓ ପୋଷ୍ଟମର୍ଟମ ରିପୋର୍ଟ ଏବଂ ଡାଏରୀକୁ ନେଇ ଜିଆର୍‌ପି ତନାଘନା ଚଲାଇଛି । ମୃତଦେହ ମିଳିଥିବା ଟ୍ରାକ୍‌ ଦେଇ ଯେଉଁସବୁ ଟ୍ରେନ୍‌ ଯାଇଛି, ତା’ର ଡ୍ରାଇଭରମାନଙ୍କୁ ପଚରାଉଚରା କରାଯିବ । ଆଜି ଜିଆର୍‌ପିରେ ପପୁ ଓ ବିକାଶ ସମେତ ପିପୁଲ ଫର୍‌ ସେବାର କିଛି ସଦସ୍ୟ ହାଜର ହେବେ ବୋଲି ଜଣାପଡିଛି ।
ଆଦିତ୍ୟ ଟ୍ରେନ ଆଗକୁ ଡେଇଁଛନ୍ତି ନା ତାଙ୍କୁ କିଏ ଠେଲିଦେଇଛି, ସେ ନେଇ ଡ୍ରାଇଭରମାନଙ୍କୁଠାରୁ ତଥ୍ୟ ହାସଲ କରିବ ଜିଆର୍‌ପି ।ପପୁ ,ବିକାଶ ଓ ପିପୁଲ ଫର ସେବାର ୩-୪ ଜଣ ସଦସ୍ୟଙ୍କୁ ସୋମବାର ଦିନ ଜିଆରପି ପାଖରେ ହାଜର ହେବାକୁ କୁହାଯାଇଛି।

Leave A Reply

Your email address will not be published.