ସ୍ଵର୍ଗରେ ଥାଇ ମାଆ-ଝିଅଙ୍କୁ ଏକାଠି କରିଦେଲେ ମାନବ ପ୍ରେମୀ ଆଦିତ୍ୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମାନବ ପ୍ରେମୀ ଆଦିତ୍ୟଦାସ ଙ୍କ ଯୋଗୁଁ ମାଆ-ଝିଅ ଏକାଠି ହୋଇପାରିଛନ୍ତି। ସେ ଆଜି ନାହାଁନ୍ତି ସତ, ହେଲେ ତାଙ୍କ ମୃତ୍ୟୁ ହିଁ ମା ଓ ଝିଅକୁ ଏକାଠି କରିଛି । ହୁଏତ ଉପରେ ଥାଇ ଖୁସି ହେଉଥିବେ ଆଦିତ୍ୟ । ଏଭଳି ଏକ ଘଟଣା ଶନିବାର ଆଦିତ୍ୟଙ୍କ ବୃଦ୍ଧାଶ୍ରମ ପରିସରରେ ଦେଖିବାକୁ ମିଳିଥିଲା । ଆଦିତ୍ୟଙ୍କ ମୃତ୍ୟୁ ଖବର ଟିଭିରେ ପ୍ରସାରିତ ହୋଇଥିଲା । ଟିଭିରେ ଆଦିତ୍ୟଙ୍କ ବିଷୟରେ ନିଜ ମନର କଥା କହିଥିଲେ ଏହି ମା’ଜଣକ । ବାସ ଏତିକିବେଳେ ଝିଅ ଟିଭିରେ ମା’କୁ ଚିହ୍ନିବା ସହିତ ଖୋଜି ଖୋଜି ଆସି ପହଂଚିଥିଲେ ଏହି ଆଶ୍ରମରେ । ମା’କୁ ଦେଖି କୋହ ସମ୍ଭାଳି ପାରି ନ ଥିଲା ଝିଅ । ମା’ର ବି ସମାନ ଅବସ୍ଥା ।

ମହିଳାଙ୍କ ଘର ଯାଜପୁର । ସ୍ୱାମୀ, ପୁଅ ଓ ଝିଅ ଅଛନ୍ତି । ଝିଅ ବାହାଘର ସରିଛି । ଘରେ ସ୍ୱାମୀ ଓ ପୁଅ ରହିଛନ୍ତି । ଉଭୟଙ୍କ ଅତ୍ୟାଚାର ସୀମା ଟପିବା ପରେ ସେ ଘର ଛାଡିଥିଲେ । ଘରୁ ନିଜ ଝିଅ ଘରକୁ ଯାଇଥିଲେ । ସେଠାରେ କିଛିଦିନ ରହିବା ପରେ ଠିକ୍ ମଣିଲେ ନାହିଁ । ଆଉ ହଠାତ୍ ଦିନେ କୁଆଡେ ଚାଲିଗଲେ । ଝିଅ ଅନେକ ଖୋଜାଖୋଜି କରିଥିଲେ ବି ପାଇ ନଥିଲେ । ଆଉ ଦୀର୍ଘ ବର୍ଷର ବ୍ୟବଧାନ ପରେ ମା ଝିଅଙ୍କ ମିଳନ ହୋଇଛି ।

Leave A Reply

Your email address will not be published.