ଆଉ ସବୁଜ ରଙ୍ଗର ବୋତଲରେ ମିଳିବନି ସ୍ପ୍ର|ଇଟ,ଏଥର ଏହି ରଙ୍ଗରେ ମିଳିବ

0

ପ୍ରତ୍ୟେକ ଜିନିଷର ଏକ ବୟସ ଅଛି ଏବଂ ଏହା ପରେ ଏହା ସମାପ୍ତ ହୁଏ | କିନ୍ତୁ ଏହାର ପ୍ରଭାବ ଏବଂ ଏହାର ଭାବନା ବୋଧହୁଏ ଆମ ମନରେ କେବେ ବି ଶେଷ ହୁଏ ନାହିଁ | ଏହିପରି ଗୋଟିଏ ଜିନିଷ ଶେଷ ହେବାକୁ ଯାଉଛି ଏବଂ ତାହା ହେଉଛି ସ୍ପ୍ର|ଇଟର ସବୁଜ ରଙ୍ଗର ବୋତଲ | କମ୍ପାନୀ ୬୧ ବର୍ଷ ପରେ ସ୍ପ୍ର|ଇଟର ଗ୍ରୀନ୍ ବୋତଲକୁ ପରିବର୍ତନ କରିବାକୁ ନିଷ୍ପତି ନେଇଛନ୍ତି | ଅଗଷ୍ଟ ପହିଲାରୁ ସ୍ପ୍ର|ଇଟର ଏହି ସବୁଜ ରଙ୍ଗର ବୋତଲ ଆଉ ଦେଖିବାକୁ ମିଳିବ ନାହିଁ | କମ୍ପାନୀ ଏଥିପାଇଁ ଏକ ନୂଆ ରଙ୍ଗ ବାଛିଛି |

ନୂଆ ରଙ୍ଗର ବୋତଲରେ ଆସିବ ସ୍ପ୍ର|ଇଟ:

ସ୍ପ୍ର|ଇଟ ତିଆରି କରୁଥିବା ଆମେରିକୀୟ କମ୍ପାନୀ କୋକା କୋଲା, ଏହି ଲୋକପ୍ରିୟ କୋଲଡ୍ରିଙ୍କକୁ ୬୧ ବର୍ଷ ପରେ ସବୁଜ ବଦଳରେ ଧଳା କିମ୍ବା ଟ୍ରାନ୍ସପରେଣ୍ଟ ବୋତଲରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି | ପରିବେଶ ପ୍ରତି ନିଜର ଦାୟିତ୍ୱକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି କମ୍ପାନୀ। କମ୍ପାନୀ କହିଛି ଯେ ଟ୍ରାନ୍ସପରେଣ୍ଟ ବୋତଲରେ ସ୍ପ୍ର|ଇଟ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛି। ପରିବେଶର ସୁରକ୍ଷାକୁ ନେଇ କମ୍ପାନୀ ଏଭଳି ନିଷ୍ପତି ନେଇଛି |

SOA post below
Leave a comment