ବିଧାୟକଙ୍କ ପରେ ଏବେ ଗାଁ, ବ୍ଲକ ଓ ପଞ୍ଚାୟତ କୁ ନବୀନ କରିବେ ପୁରସ୍କୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ୱଚ୍ଛ ଗ୍ରାମ, ସୁସ୍ଥ ଗ୍ରାମ । ଏଦିଗରେ ଭଲ କାମ କରିଥିବା ଗାଁ, ପଞ୍ଚାୟତ ଏବଂ ବ୍ଲକଗୁଡ଼ିକୁ ପୁରସ୍କୃତ କରାଯିବ । ସ୍ୱଚ୍ଛ ଗ୍ରାମ, ସୁସ୍ଥ ଗ୍ରାମକୁ ଏକ ଆନେ୍ଦାଳନ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ।

ସୁସ୍ଥ ରହିବା ଆମର ଅଧିକାର ଓ ଦାୟିତ୍ୱ ମଧ୍ୟ । ସୁସ୍ଥ ରହିଲେ ହିଁ ଆମେ ପରିବାର ପାଇଁ କିଛି କରିପାରିବା । ଦେଶ ପାଇଁ, ସମାଜ ପାଇଁ କିଛି କରିବା । ନାଗରିକମାନଙ୍କ ସ୍ୱାସ୍ଥ୍ୟ ସହିତ ଦେଶର ଅର୍ଥନୀତି ଓ ବିକାଶର ଗଭୀର ସମ୍ପର୍କ ରହିଛି । ତେଣୁ ସୁସ୍ଥ ରହିବା ପାଇଁ ଆମ ପରିବେଶକୁ ସଫା ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଆଜି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଭାଗ ନେଇଥିବା ୧୦ଟି ଜିଲ୍ଲାର ଲକ୍ଷାଧିକ ଜନତାଙ୍କ ସହିତ ସୁସ୍ଥ ପରିବେଶ ସମ୍ପର୍କରେ ଆଲୋଚନା କରିଥିଲେ । ଆମ ମୁଖ୍ୟମନ୍ତ୍ରୀ ଆମ କଥା ଭାବରେ ନାମିତ ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଭଲ ପରିବେଶ ସବୁବେଳେ ଭଲ କାମ ପାଇଁ ପ୍ରେରଣା ଦେଇଥାଏ । ତେଣୁ ଜନସାଧାରଣ ସମସ୍ତେ ନିଜ ଘରେ ପାଇଖାନା କରିବା ସହିତ ପରିବାରର ସବୁ ସଦସ୍ୟ ଏହାକୁ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ଏଥିପାଇଁ ସରକାରଙ୍କ କାର୍ଯ୍ୟକ୍ରମର ସୁଯୋଗ ନେବା ନିମନ୍ତେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ପାଇଖାନା ନିଜେ ବ୍ୟବହାର କରିବା ସହିତ ଏଦିଗରେ ଅନ୍ୟମାନଙ୍କୁ ସଚେତନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମେ ସମସ୍ତେ ଆମ ଗାଁର ପରିବେଶକୁ ସଫା ରଖିବା ଦିଗରେ ଯତ୍ନବାନ ହେବା ଉଚିତ । ପରିବେଶ ସଫା ରହିଲେ ଆମେ ବିଭିନ୍ନ ରୋଗକୁ ଦୂରେଇ ପାରିବା ବୋଲି ନବୀନ କହିଥିଲେ ।

Sikshaya
Leave A Reply

Your email address will not be published.