ମୋ ଘରେ ଏତେ କଥା ହେଉଥିଲା ମୁଁ ଜାଣି ନଥିଲି; ଦେଖନ୍ତୁ ଭିଡ଼ିଓ କ’ଣ କହୁଛନ୍ତି ବାବୁଶାନ

ଗତକାଲିଠାରୁ ଓଲିଉଡ଼ ଅଭିନେତା ବାବୁଶାନ, ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ସ୍ତ୍ରୀ ତୃପ୍ତିଙ୍କୁ ନେଇ ଲାଗିରହିଥିବା ବିବାଦକୁ ନେଇ ଆଜି ମୁଁହ ଖୋଲିଛନ୍ତି ବାବୁଶାନ । ସେ ସୋସିଆଲ ମିଡିଆରେ ଏକ ଭିଡିଓ ଜରିଆରେ ନିଜ କଥା କହିଛନ୍ତି । ଦେଖନ୍ତୁ ଭିଡିଓ…..
ସେ ଚେନ୍ନାଇରେ ରହି ଭିଡିଓ ଜାରି କରି କହିଛନ୍ତି ଯେ, ”ମୁଁ ଚେନ୍ନାଇ ଆସିଥିଲି ଉତ୍କଳ ଦିବସ ପାଳିବା ପାଇଁ, ଯେଉଁଥିରେ ପ୍ରକୃତି ମିଶ୍ରଙ୍କୁ ମଧ୍ୟ ଡକାଯାଇଥିଲା । ମୁଁ ଏଠାକୁ ମୋ ଫିଲ୍ମର ପ୍ରମୋସନ ଓ ଆଉ ଏକ ନୂଆ ଫିଲ୍ମ ବିଷୟରେ କହିବାକୁ ଆସିଥିଲି । କିନ୍ତୁ ମୁଁ ଜାଣିନଥିଲି ମୋ ଘରେ ଏତେ ଅସୁବିଧା ଚାଲିଛି, ମୁଁ ଏହା ଏବେ ଜାଣୁଛି, ଯଦି କିଛି ଅସୁବିଧା ଅଛି ମୁଁ ପ୍ରକୃତି ମିଶ୍ରଙ୍କ ସହ ଆଉ ଫିଲ୍ମ କରିବିନି, ଆଉ ଦରକାର ପଡିଲେ କୌଣସି ଅଭିନେତ୍ରୀଙ୍କ ସହ ମୁଁ ଫିଲ୍ମ କରିବିନାହିଁ ।
ସୂଚନାଯୋଗ୍ୟ ଯେ, ଶନିବାର ପ୍ରକୃତି ମିଶ୍ର, ବାବୁସାନ ଓ ତାଙ୍କ ସ୍ତ୍ରୀଙ୍କର ଏକ ଭିଡିଓ ଭାଇରାଲ ଭାଇରଲ ହୋଇଥିଲା । ଯେଉଁଥିରେ ସ୍ତ୍ରୀ ତୃପ୍ତି ପତି ବାବୁଶାନ ଓ ଅଭିନେତ୍ରୀ ବାବୁଶାନଙ୍କୁ ଵିଚ ରାସ୍ତାରେ ପିଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ନେଇ କାଲିଠାରୁ ଏବେ ଯାଏ ଲାଗିରହିଛି ଚର୍ଚ୍ଚା ।