ଓଡିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟ ଯୁବ କଂଗ୍ରେସ ପେଟ୍ରୋଲ ଦରବୃଦ୍ଧି ପ୍ରତିବାଦରେ ମୋଦି ପୋଷ୍ଟର ହଟାଅ ଅଭିଯାନ ଆରମ୍ଭ କରି ଆଜି ଭୁବନେଶ୍ୱର ଡେଲଟା ଛକରେ ଥିବା ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀଙ୍କ ଫଟୋଚିତ୍ର ଲାଗିଥିବା ପୋଷ୍ଟରକୁ ଚିରିଦେଇଛନ୍ତି ।ଏହି ଘଟଣାରେ ପୋଲିସ ୧୦ରୁ ଅଧିକ ଯୁବ କଂଗ୍ରେସ କର୍ମୀଙ୍କୁ ଗିରଫ କରି ଅଟକ ରଖିଛି।
ଗିରଫ ହୋଇଥିବା ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥୀଙ୍କୁ ଭେଟିଲେ ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ।
ପେଟ୍ରୋଲ ଓ ଡିଜେଲ ଦର ବାରମ୍ବାର ବୃଦ୍ଧି ଫଳରେ ଏ ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି । ତୈଳ ଦର ବୃଦ୍ଧି ପ୍ରତିବାଦରେ ଗତକାଲି ବିଜେଡି ସମଗ୍ର ରାଜ୍ୟରେ ତିନି ଘଣ୍ଟିଆ ଜନ ସଚେତନତା କାର୍ଯ୍ୟକ୍ରମ କରିଥିଲା।
