ବି.ଜେ.ବି ଫ୍ରେଣ୍ଡସ ର ଏଜିଏମ ଓ ନୂତନ କର୍ମକର୍ତ୍ତା ନିର୍ବାଚିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ୨୨/୦୭/୨୦୧୮ ରେ ବିଜେବି ପୁରାତନ ଛାତ୍ର ସଂସଦ ର ବାର୍ଷିକ ସାଧାରଣ ବୈଠକ ବିଜେବି ଫ୍ରେଣ୍ଡସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଛି ।ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ହେବା ସହ ବିଜେବି ମହାବିଦ୍ୟାଳୟ ଅଧ୍ୟକ୍ଷ, ବିଜେବି ଫ୍ରେଣ୍ଡସ ନୂତନ କାର୍ଯ୍ୟାଳୟ ପାଇଁ ନିଷ୍ପତି ନେଇଥିବା ବିଷୟରେ ମୁଖ୍ୟତ ଆଲୋଚନା ହୋଇଥିଲା । ଏଥି ପାଇଁ ଜାଗା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସତ୍ୱେ କିଛି କାରଣ ପାଇଁ ବିଳମ୍ବ ହେଉଥିବାରୁ ସଭ୍ୟ ମାନେ ଉଦବେଗ ପ୍ରକାଶ କରିଥିଲେ । ଏହା ପରେ ନୂତନ କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସର୍ବସମ୍ମତି କ୍ରମେ ଶ୍ରୀ ଦେବାଶିଷ ପଟନାୟକ କାର୍ଯ୍ୟକାରିଣୀ ସଭାପତି, ସତ୍ୟବ୍ରତ ଧୁପଲ ସମ୍ପାଦକ , ବିଶ୍ୱନାଥ ମହାନ୍ତି କୋଷାଧ୍ୟକ୍ଷ , ପ୍ରଗତି ରଞ୍ଜନ ମହାନ୍ତି ଜନ ସମ୍ପର୍କ ଅଧିକାରୀ , ଉପସଭାପତି ଭାବେ ଶ୍ରୀ ଶ୍ୟାମ ପଟନାୟକ ଓ ଆର .କେ ଚୌଧରୀ ଓ ସହ ସମ୍ପାଦକ ଭାବେ ଶ୍ରୀ ବିକ୍ରମ ଦାସ ଙ୍କୁ ନିର୍ବାଚିତ କରାଯାଇଥିଲା । ସଂଘର ମୁଖ୍ୟ ଉପଦେଷ୍ଟା ଭାବେ ଡ଼ ଜଗନାଥ ମହାପତ୍ର ଙ୍କୁ ଗ୍ରହଣ କରାଯାଇଥିଲା । ବୈଠକରେ ଡ଼ ଜଗନ୍ନାଥ ମହାପାତ୍ର ଅଧ୍ୟକ୍ଷତାରେ କରିଥିଲେ ଓ ଶ୍ରୀ ପ୍ରଦ୍ୟୋତ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ।

Leave A Reply

Your email address will not be published.