ଆଜିଠାରୁ ଖୋଲିଲା ଆହାର କେନ୍ଦ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ‘ଫୋନି’ରେ ଭୁବନେଶ୍ୱର ସ୍ଥିତ ଆହାର କେନ୍ଦ୍ର ଗୁଡିକ କ୍ଷତି ଗ୍ରସ୍ତ ହୋଇଥିଲା । ଏହାର ମରାମତି ସରିବା ପରେ ଆଜିଠାରୁ ଏହାକୁ ପୁନର୍ବାର କାର୍ଯ୍ୟକ୍ଷମ କରାଯାଇଛି ।

କ୍ୟାପିଟାଲ୍ ହସ୍‌ପିଟାଲ୍‌, ମାଷ୍ଟର କ୍ୟାଣ୍ଟିନ୍‌ ସ୍କୋୟାର, ନୟାପଲ୍ଲୀ ଓ ଏମ୍‌ସ ପାଖ ଆହାର କେନ୍ଦ୍ର ଖୋଲିଛି । ଫଳରେ ରାଜଧାନୀର ଗରିବଙ୍କୁ ୫ଟଙ୍କାରେ ଆହାର କେନ୍ଦ୍ରରେ ଆହାର ଯୋଗାଇ ଦିଆଯାଇ ପାରୁଛି । ଆହାର କେନ୍ଦ୍ର ଆଜିଠୁ ଖୋଲାଯିବା ପରେ ଏହି କେନ୍ଦ୍ର ଆଗରେ ଲୋକଙ୍କ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା ।

Leave A Reply

Your email address will not be published.