ପୁରୀରେ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା କରିବା ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ସ୍ୱାଗତ ଜଣାଇଲେ ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀରେ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଜି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆରାଧ୍ୟ ପିଠ ଶ୍ରୀକ୍ଷେତ୍ର ସାରା ବିଶ୍ୱ ପାଇଁ ଏକ ପବିତ୍ର କ୍ଷେତ୍ର ଏବଂ ଦେଶର ଚାରିଧାମ ମଧ୍ୟରୁ ଅନ୍ୟତମ ପୀଠ । ଏହି ବିଶ୍ଵପ୍ରସିଦ୍ଧ ପବିତ୍ର ଧାମକୁ ସାରା ବିଶ୍ୱରୁ ତୀର୍ଥ ଯାତ୍ରୀ ମାନେ ବର୍ଷ ତମାମ ଆସିଥାନ୍ତି । ମହାପ୍ରଭୁଙ୍କ ରଥଯାତ୍ରା ବିଶ୍ଵପ୍ରସିଦ୍ଧ । ପୁରୀ ଶ୍ରୀକ୍ଷେତ୍ର ନିକଟରେ ଥିବା ବିଶ୍ଵ ଏୈତିହ ସ୍ଥଳ ପ୍ରସିଦ୍ଧ କୋଣାର୍କ ମନ୍ଦିର ଓ ଏସିଆ ମହାଦେଶର ସର୍ବବୃହତ ଚିଲିକା ହ୍ରଦ, ରାମଚଣ୍ଡୀ- ଚନ୍ଦ୍ରଭାଗା, ବାଲିହରଚଣ୍ଡୀ, ଅଲାରନାଥ ଓ ମା’ କାଳିଜାଇ ମନ୍ଦିର ଓ ସିରୁଳୀ ମହାବୀର ଭଳି ଏୈତିହାସିକ ପିଠ ଅବସ୍ଥିତ ।

ଆନ୍ତର୍ଜାତିକ ପରିବେଶ ଓ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ପୁରୀ ବେଳାଭୂମି ବିଶ୍ଵ ପର୍ଯ୍ୟଟନର ସମସ୍ତ ମାନକକୁ ପରିପୂରଣ କରୁଛି । ପୁରୀର ବେଳାଭୂମି ସହିତ ଅସ୍ତରଙ୍ଗରେ ଗଢିଉଠିବାକୁ ଯାଉଥିବା ବନ୍ଦର, ଉପକୁଳ ଜାତୀୟ ରାଜପଥ ଅର୍ଥନୈତିକ ବିକାଶରେ ସମସ୍ତ ସମ୍ଭାବନା ଭରି ରହିଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ଶ୍ରୀକ୍ଷେତ୍ର, ସ୍ଵର୍ଣ୍ଣାଭ ବେଳାଭୂମି, କୋଣାର୍କ, ଚିଲିକା ତଥା ପରିବେଶ ଓ ପର୍ଯ୍ୟଟନ ପାଇଁ ସମସ୍ତ ମାପଦଣ୍ଡ ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ପୁରୀଠାରେ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଦାବି ପୁରୀ ତଥା ରାଜ୍ଯର ବିକାଶ ପ୍ରତି ଥିବା ତାଙ୍କର ପ୍ରତିବଦ୍ଧତାକୁ ପୁଣି ଥରେ ପ୍ରମାଣିତ କରୁଛି । ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନୂଆବର୍ଷରେ ଏହିପରି ସମୟପଯୋଗୀ ପଦକ୍ଷେପକୁ ସ୍ୱାଗତ ଜଣାଇଛନ୍ତି ।

Leave A Reply

Your email address will not be published.