ବିମାନ ବନ୍ଦର ପାଲଟିଛି ଚୋରା ସୁନା ଚାଲାଣର କେନ୍ଦ୍ର

0

ଓଡିଶା ଫାଷ୍ଟ (ବ୍ୟୁରୋ): ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସୁନା ଜବତ ହୋଇଛି । ଦୁବାଇରୁ ଭୁବନେଶ୍ୱର ଆସିଥିବା ଜଣେ ମୁମ୍ବାଇ ବାସିନ୍ଦାଙ୍କ ଠାରୁ ପ୍ରାୟ ୭୦୦ ଶହ ଗ୍ରାମର ୬ଖଣ୍ଡ ସୁନା ବିସ୍କୁଟ ଜବତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ସୁନା ସେ ଗ୍ରାଇଣ୍ଡଡର ଭିତରେ ଲୁଚାଇ ଆଣିଥିଲେ। ଏହାର ମୁଲ୍ୟପ୍ରାୟ ୨୨ ଲକ୍ଷ ୩ହାଜର ଟଙ୍କା ।

ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ଘଟଣା ଘଟିଛି। ପ୍ରାୟ୧୫ ଦିନ ମଧ୍ୟରେ ଏହାକୁ ମିଶାଇ ଚତୁର୍ଥ ଥର ସୁନା ଜବତ ହେଇଛି। ଇତିମଧ୍ୟରେ ସବୁଠାରୁ ଚର୍ଚ୍ଚିତ ଥିଲା ୩୫ ଲକ୍ଷ ଟଙ୍କାର ସୁନା ବିସ୍କୁଟ ଓ ୧୨ଲକ୍ଷ ଟଙ୍କାର ସୁନା ଜବତ ଘଟଣା ।

ଭୁବନେଶ୍ୱରରେ ଆନ୍ତର୍ଜାତୀୟ ବିମାନ ବନ୍ଦର ହେବା ପରେ ଏଭଳି ଘଟଣା ବଢ଼ିବାରେ ଲାଗିଛି। ଏହି ସୁନା ରାଜଧାନୀରରୁ କେଉଁଆଡେ ଯାଉଛି ତାହା ଏଯାବତ ଜଣାପଡୁନାହିଁ । ଏନେଇ ଜନସାଧାରଣଙ୍କ ମନରେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି।

Leave A Reply

Your email address will not be published.