ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ୍‌ ଦାସଙ୍କ ପରଲୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆରପାରିରେ ଭେଟେରାନ୍ ଓଲିଉଡ୍ କଳାକାର ଅଜିତ୍ ଦାସ । କିଛିଦିନ ତଳେ ସେ କୋଭିଡ୍ ରେ ସଂକ୍ରମିତ ହୋଇଥିଲେ। ୭୧ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ଦେହାନ୍ତ ହୋଇଛି । କରଞ୍ଜିଆରେ ଜନ୍ମ ଗ୍ରହଣ କରିଥିବା ଅଜିତ୍ ଦାସ ୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ହାକିମବାବୁ ଚଳଚ୍ଚତ୍ରକୁ ମିଳିଥିଲା ଜାତୀୟ ପୁରସ୍କାର। ମୁଖ୍ୟମନ୍ତ୍ରୀ, ହାକିମବାବୁ, ଲୁଚକାଳି, ସିନ୍ଦୁର ବିନ୍ଦୁ, ମାଆ, ସୁନା ଚଢ଼େଇ, ‘କେବେ ତମେ ନାହଁ କେବେ ମୁଁ ନାହିଁ’-୨୦୧୨, ‘କୁଳ ଚନ୍ଦ୍ରମା’-୧୯୭୮, ‘ପୁନର୍ମିଳନ’-୧୯୭୭, ‘ଆହୁତି’-୧୯୭୭, ‘ସନ୍ଧ୍ୟା ତାରା’-୧୯୭୭, ‘ସିନ୍ଦୂର ବିନ୍ଦୁ’-୧୯୭୬ ଆଦିରେ ଅଜିତ୍‌ ଦାସଙ୍କ ଜୀବନ୍ତ ଅଭିନୟ ଦର୍ଶକୀୟ ଆଦୃତି ଲାଭ କରିଛି। ଉତ୍କଳ ସଂଗୀତ ବିଶ୍ୱ ବିଦ୍ୟାଳୟର ଡ୍ରାମା ବିଭାଗ ଅଧ୍ୟାପକ ଥିଲେ। ମେଘ ମୁକ୍ତି ସିନେମାରେ ପ୍ରଥମ ଥର ପାଇଁ ନାୟକ ଭୂମିକାରେ ନଜର ଆସିଥିଲେ। ଗତ ୧ ତାରିଖରେ ସେ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ସେ କୋଭିଡ୍ ସହ ଅନ୍ୟ ରୋଗରେ ଆକ୍ରାନ୍ତ ଥିଲେ।

Leave A Reply

Your email address will not be published.