ଅଜିତ୍ ମଙ୍ଗରାଜ ହେଲେ କଂଗ୍ରେସ ପ୍ରାର୍ଥୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ଏହି ଆସନରୁ ଅଜିତ୍ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ହାଇକମାଣ୍ଡ ଅଜିତ୍‌ଙ୍କ ଉପରେ ମୋହର ମାରିଛନ୍ତି। ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ପ୍ରତାପ ମହାରଥୀଙ୍କୁ ମଇଦାନକୁ ଓହ୍ଲାଇଛି।

ଅଜିତ୍ ମଙ୍ଗରାଜ ୨୦୧୯ ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସର ପ୍ରାର୍ଥୀ ଥିଲେ। ହେଲେ ସେ ଅମାନତ ଭାବେ ପରାଜିତ ହୋଇଥିଲେ। ତାଙ୍କୁ ମାତ୍ର ୯, ୮୩୦ ଖଣ୍ଡ ଭୋଟ୍ ମିଳିଥିଲା। ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିବା ବେଳେ କଡା ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୨,୭୩୧ ଖଣ୍ଡ ଭୋଟ୍ ମିଳିଥିଲା।

Leave A Reply

Your email address will not be published.