ମାର୍ଚ୍ଚ ୯ରେ ବାହାହେବେ ଆକାଶ ଅମ୍ବାନୀ-ଶ୍ଳୋକା ମେହେଟ୍ଟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତର ସବୁଠୁ ଧନୀ ତଥା ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଏବଂ ବିଶିଷ୍ଟ ହୀରା ବ୍ୟବସାୟୀ ରସେଲ ମେହଟ୍ଟାଙ୍କ ଝିଅ ଶ୍ଲୋକାଙ୍କର ବିବାହ ଆସନ୍ତା ମାର୍ଚ୍ଚ ୯ତାରିଖରେ ହେବ । ଗତ ଡିସେମ୍ବରରେ ମୁକେଶ ଅମ୍ବାନୀଙ୍କ ଝିଅ ଈଶାଙ୍କ ସହ ଆନନ୍ଦ ପୀରାମଲଙ୍କ ବାହାଘର ହୋଇଥିଲା । ଅମ୍ବାନୀ ପରିବାର ଏହାକୁ ଖୁବ୍ ଧୁମଧାମରେ ପାଳନ କରିଥିବା ବେଳେ ଏବେ ଆକାଶଙ୍କ ବାହାଘର ମଧ୍ୟ ଭାରତର ସବୁଠୁ ଗ୍ରାଣ୍ଡ ବାହାଘର ହେବ ବୋଲି କୁହାଯାଉଛି । ୨୦୧୮ରେ ଆକାଶ-ଶ୍ଳୋକାଙ୍କର ନିର୍ବନ୍ଧ ମଧ୍ୟ ଖୁବ୍ ଆଡ଼ମ୍ବରରେ କରାଯାଇଥିଲା । ଫେବୃଆରୀ ୨୩, ୨୪, ୨୫ ତାରିଖ ୩ଦିନ ଧରି ସୁରଜରଲ୍ୟାଣ୍ଡର ସେଣ୍ଟ ମୋରିଟଜ୍ ରେ ଆକାଶ ତାଙ୍କ ବ୍ୟାଚଲର ପାର୍ଟି ଦେବେ । ମୁମ୍ବାଇର ବାଣ୍ଡ୍ରାଠାରେ ଉଭୟ ବିବାହ କରିବେ ।

Leave A Reply

Your email address will not be published.