ଏହି ବିଗ ପ୍ରୋଜେକ୍ଟରେ ଏକାଠି ଆସିବେ ଅକ୍ଷୟ-ଟାଇଗର

0

ଖୁବଶୀଘ୍ର ଏକ ବିଗ ପ୍ରୋଜେକ୍ଟରେ ଏକାଠି ଆସିବେ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ । ନିର୍ଦ୍ଦେଶକ ଅଲି ଅବ୍ବାସ ଜାଫରଙ୍କ ଆଗାମୀ ଚଳଚ୍ଚିତ୍ର ‘ବାଡେ ମିଆଁ ଛୋଟେ ମିଆଁ’ରେ ନଜର ଆସିବେ ଏହି ଦୁଇ ଷ୍ଟାର। ଚଳିତ ବର୍ଷ ଫେବୃଆରୀରେ ଏହି ଫିଲ୍ମ ଘୋଷଣା କରାଯାଇଥିଲା। ଯଦିଓ ଫିଲ୍ମ ଘୋଷଣା ପରେ ଫିଲ୍ମକୁ ନେଇ କୌଣସି ଅପଡେଟ ଆସିନଥିଲା, ଯେଉଁ କାରଣରୁ ଫିଲ୍ମ ସ୍ଥଗିତ ରଖିଥିବା ଅନୁମାନ କରାଯାଉଥିଲା। ମାତ୍ର ତେବେ ବର୍ତ୍ତମାନ ଏହି ଫିଲ୍ମ ବିଷୟରେ ଅପଡେଟ୍ ଆସିଛି |

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହା ସହିତ ଫିଲ୍ମର ନିର୍ମାତା ଏହାକୁ ଏକ ନୂଆ ଆକାରରେ କରିବା ପାଇଁ ଟଙ୍କାକୁ ପାଇଁ ପାଣି ଭଳି ଖର୍ଚ୍ଚ କରୁଥିବା ଖବର ମିଳିଛି।

ପିଙ୍କଭିଲ୍ଲାର ଏକ ରିପୋର୍ଟ ଅନୁଯାୟୀ, ନିର୍ଦ୍ଦେଶକ ଅଲି ଅବ୍ବାସ ଜାଫର ଏହି ଫିଲ୍ମର ସୁଟିଂ ସ୍କଟଲ୍ୟାଣ୍ଡ, ଅଷ୍ଟ୍ରିଆର ଆଲପ୍ସ, ସାଉଦି ଆରବ ଏବଂ ଲଣ୍ଡନରେ କରିବାକୁ ଚାହୁଁଛନ୍ତି। ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ପ୍ରି-ପ୍ରଡକ୍ସନ୍ ପର୍ଯ୍ୟାୟରେ ଅଛି ଏବଂ ଏହାର ସୁଟିଂ ଜାନୁଆରୀ ୨୦୨୩ରେ ଆରମ୍ଭ ହେବାର ସମ୍ଭାବନା ଅଛି | ତେବେ ଏପର୍ଯ୍ୟନ୍ତ ନିର୍ମାତାଙ୍କଠାରୁ କୌଣସି ଅଫିସିଆଲ ସୂଚନା ମିଳିପାରିନାହିଁ।

SOA post below
Leave a comment