ଆଲବମ ନାୟିକା ଦୀପା ସାହୁଙ୍କ ପରଲୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଲବମ ନାୟିକା ଦୀପା ସାହୁଙ୍କ ପରଲୋକ । ଦୀର୍ଘଦିନ ଧରି ସେ କର୍କଟ ରୋଗରେ ପୀଡିତ ଥିଲେ । ବିଗତ ଏକ ମାସ ହେବ ଦୀପାଙ୍କ ଅବସ୍ଥା ଖରାପ ଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଲବମରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବର୍ତ୍ତମାନର ବହୁ ଖ୍ୟାତନାମା କଳାକାରଙ୍କ ସହ ପୂର୍ବରୁ ସେ ଅନେକ ଆଲବମ କରିଥିଲେ ।

ସୂଚନା ଅନୁଯାୟୀ, ୧୯୮୫ ଅକ୍ଟୋବର ୨୫ରେ ଢ଼େଙ୍କାନାଳରେ ଜନ୍ମିତ ଦୀପା ବର୍ଷେ ତଳେ କ୍ୟାନ୍ସରରେ ପୀଡିତ ହୋଇଥିଲେ । ଗତ ଜୁନ୍ ୨୦ରେ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ କିଛି ଦିନ ଚିକିତ୍ସିତ ହେବା ପରେ ତାଙ୍କୁ ଏମସ୍ ଏବଂ ପରେ ଏକ ଘରୋଇ ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଯାଇଥିଲା । ଦୁଇ ଦିନ ହେଲା ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିଲା । ଆଜି ଅପରାହ୍ନ ୪.୦୨ ମିନିଟରେ ଦୀପା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

Leave A Reply

Your email address will not be published.