ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ : ସୂର୍ଯ୍ୟ ନାରାୟଣ ପାତ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜ୍ୟର ସବୁ ବିଧାୟକ ଓ ଷ୍ଟାଫଙ୍କର କରୋନା ଟେଷ୍ଟ କରାଯିବ। ଏନେଇ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ବିଧାନସଭା ଅଧିବେଶନ ପରିଚାଳନା ନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯେବେ ବିଧାନସଭା ବସିବ ତା’ର ୨ ଦିନ ପୂର୍ବରୁ ସମସ୍ତ ବିଧାୟକଙ୍କର ଆରଟି ପିସିଆର କରୋନା ଟେଷ୍ଟ ହେବ ବୋଲି ଜଣାପଡ଼ିଛି। ରିପୋର୍ଟ ନେଗେଟିଭ ଆସିଲେ ଅଧିବେଶନରେ ସାମିଲ ହେବାକୁ ଅନୁମତି ମିଳିବ। ବିଧାନସଭାର ୫ଦିନ ପରେ ବିଧାୟକଙ୍କର ରାପିଡ୍ ଟେଷ୍ଟ କରାଯିବ। ବିଧାନସଭାକୁ ଆସୁଥିବା ବରିଷ୍ଠ ଅଫିସରଙ୍କର ଆଣ୍ଟିଜେନ ଟେଷ୍ଟ ହେବ।

Leave A Reply

Your email address will not be published.