ରାଜ୍ୟସଭା ସାଂସଦ ଅମର ସିଂ ଙ୍କ ପରଲୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପରଲୋକରେ ସମାଜବାଦୀ ପାର୍ଟି (ଏସପି)ର ପୂର୍ବତନ ନେତା ଓ ରାଜ୍ୟସଭା ସାଂସଦ ଅମର ସିଂ। ଅସୁସ୍ଥତା କାରଣରୁ ସିଙ୍ଗାପୁରରେ ଏକ ହସ୍ପିଟାଲରେ ତାଙ୍କର ଗତ ୬ ମାସ ଧରି ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅମରଙ୍କ ପରଲୋକରେ ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ପଡ଼ିଯାଇଛି। ଏକ ସମୟରେ ଉତ୍ତର ପ୍ରଦେଶର ଅନ୍ୟତମ ହେଭିୱେଟ୍ ନେତା ଭାବେ ଅମର ସିଂ ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂ ଯାଦବଙ୍କର ଅତି ନିକଟତର ଥିଲେ। ୨୦୧୩ରେ ତାଙ୍କର କିଡନୀରେ ସମସ୍ୟା ଦେଖା ଦେଇଥିଲା। ଯେଉଁକାରଣରୁ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା।

Leave A Reply

Your email address will not be published.