ଖେମଜି ଫାଉଣ୍ଡେସନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଆମ୍ବୁଲାନ୍ସ ପ୍ରଦାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖେମଜି ଫାଉଣ୍ଡେସନ ପକ୍ଷରୁ ଆଜି ଶ୍ରୀମନ୍ଦିର ପ୍ରଶାସନକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ଏହି ଆମ୍ବୁଲାନ୍ସର ମୂଲ୍ୟ ପ୍ରାୟ ୨୭ ରୁ ୨୮ଲକ୍ଷ ଟଙ୍କା ଅଟେ । ଶ୍ରୀମନ୍ଦିର ମୁଖ୍ୟ ଶାସନ ସଚିବ ଡା କ୍ରିଷନ କୁମାରଙ୍କ ଉପସ୍ଥିତିରେ ଆମ୍ବୁଲାନ୍ସଟି ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା । ସାମ୍ବାଦିକଙ୍କୁ ସୂଚନା ଦେଇ ଡା କ୍ରିଷନ କୁମାର କହିଥିଲେ, “ମୁଁ ଖେମଜି ଫାଉଣ୍ଡେସନର ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି କି ସେମାନେ ଶ୍ରୀମନ୍ଦିର ପ୍ରଶାସନକୁ ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିରରେ ସବୁବେଳେ ଭକ୍ତଙ୍କ ଗହଳି ଲାଗିରୁହେ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନେକ ସମୟ ଶ୍ରଦ୍ଧାଳୁଙ୍କୁ ଧାଡ଼ିରେ ଅପେକ୍ଷା କରିବାକୁ ପଡିଥାଏ । ଏହି ସମୟରେ ଯଦି କୌଣସି ଭକ୍ତ ଅସୁସ୍ଥ ହୋଇପଡେ କିମ୍ବା କୌଣସି ସେବାୟତଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ ତେବେ ଏହି ଆମ୍ବୁଲାନ୍ସ ସାହାଯ୍ୟରେ ତାକୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇପାରିବ” ।

ସେହିପରି ସାମ୍ବାଦିକଙ୍କ ରଥ ନିର୍ମାଣ ପ୍ରସଙ୍ଗରେ ଉତ୍ତର ଦେଇ ଡା କ୍ରିଷନ କୁମାର କହିଥିଲେ, ” ରଥ ନିର୍ମାଣ କାର୍ଯ୍ୟ ପ୍ରଭୁ ଜଗନ୍ନାଥଙ୍କ କୃପା ଏବଂ ମହାରଣା ସେବକଙ୍କ ନିଷ୍ଠା ଓ ପରିଶ୍ରମରୁ ସୁରୁଖୁରୁରେ ଚାଲିଛି । କୋଭିଡର ଦ୍ୱିତୀୟ ଲହର ପରି କଷ୍ଟ ପରିସ୍ଥିତିକୁ ଖାତିର ନକରି ନିଜ ପରିବାର ଠାରୁ ଦୂରରେ ରହି ମହାରଣା ସେବକମାନେ ନିଜ କାର୍ଯ୍ୟ ତୁଲାଇ ଚାଲିଛନ୍ତି । ସେଥିପାଇଁ ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଆଶା ଅଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସମସ୍ତ କାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ ହେବ ” ।

Leave A Reply

Your email address will not be published.