ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେଲେ ଜୋ ବାଇଡେନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ପଛରେ ପକାଇ ହ୍ୱାଇଟ ହାଉସକୁ ଜିତିଲେ ଜୋ ବାଇଡେନ୍। ନ୍ୟୁୟର୍କସ ଟାଇମ ରିପୋର୍ଟ ଅନୁସାରେ ଜୋ ବାଇଡେନ ୨୭୩ଟି ଆସନରେ ଜିତି ଥିବାବେଳେ ଡୋନାଲ୍ଡ ଟ୍ରମ୍ପ ୨୧୪ଟି ଆସନରେ ରହିଛନ୍ତି। ଏଥିସହିଦ ଜୋ ବାଇଡେନ ଆମେରିକାର ୪୬ ତମ ରାଷ୍ଟ୍ରପତି ହୋଇଛନ୍ତି।
ଆମେରିକାରେ ୫୦ଟି ରାଜ୍ୟକୁ ନେଇ ୫୩୮ଟି ଆସନରେ ନିର୍ବାଚନ ହୋଇଥାଏ।
ସେଥିରୁ ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ୨୭୦ଟି ସିଟର ଆବଶ୍ୟକ ରହିଥାଏ। ପେନସିଲଭାନିଆରେ ବିଜୟ ହେବା ପରେ ଜୋ ବାଇଡେନ ଏହି ମ୍ୟାଜିକ ନମ୍ବର ପାର କରିଛନ୍ତି। ସେହିପରି ଭାରତର ବଂଶୋଦ୍ଦ୍ଭବ କମଲା ହାରିସ ଆମେରିକାର ଉପ ରାଷ୍ଟ୍ରପତି ହେବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.