ବନ୍ଧୁତ୍ବ ଦିବସ ଅବସରରେ ଏକ ନିଆରା ଢଙ୍ଗରେ ଦର୍ଶକଙ୍କୁ ଶୁଭେଚ୍ଛା ଜଣାଇଲେ ବିଗ ବି’

0

ମେଗାଷ୍ଟାର ଅମିତାଭ ବଚ୍ଚନ ରବିବାର ତାଙ୍କର ଆଗାମୀ ଫିଲ୍ମ ଉଞ୍ଚାଇର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି । ବନ୍ଧୁତ୍ବର ନିବିଡତାକୁ ଏହି ଫିଲ୍ମରେ ନିଖୁଣତାର ସହ କାହାଣୀରେ ପରସାଯଇଛି । ବନ୍ଧୁତ୍ବ ଦିବସ ଅବସରରେ ଏହି ପୋଷ୍ଟ ସେୟାର କରି ସେ କ୍ୟାପସନରେ ବିଗବି ଲେଖିଛନ୍ତି, “ଯାତ୍ରା ଯିଏ ବନ୍ଧୁତ୍ବକୁ ସେଲିବ୍ରେଟ କରେ ।” ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ବିଟରରେ ସେ ଏହି ଫଟୋକୁ ସେୟାର କରିଥିବାବେଳେ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ସୁରଜ ବରଜାତ୍ୟ ।

 

ମେଗାଷ୍ଟାର ଅମିତାଭ ଏହି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, “ଉଞ୍ଚାଇର ପ୍ରଥମ ଲୁକ୍‌ ସହିତ ଫ୍ରେଣ୍ଡସିପ ଡେ’କୁ ସେଲିବ୍ରେଟ କରନ୍ତୁ । ଫିଲ୍ମଟି ଆସନ୍ତା ନଭେମ୍ବର ୧୧ରେ ଥିଏଟରରେ ରିଲିଜ ହେବ ।” ଏହି ପୋଷ୍ଟରରେ ଅମିତାଭଙ୍କ ସହିତ ସହ କଳାକାର ଭାବେ ଅନୁପମ ଖେର ଓ ବୋମାନ ଇରାନୀ ରହିଛନ୍ତି । ସେମାନେ ହିମାଳୟର ଉଚ୍ଚ ଭାଗରେ ଟ୍ରେକିଂ କରୁଥିବାର ନଜର ଆସିଛନ୍ତି ।

ଏହି ଫିଲ୍ମରେ ନୀନା ଗୁପ୍ତାଙ୍କ ସହିତ ଅଭିନେତ୍ରୀ ପରିଣୀତି ଚୋପ୍ରା, ନଫିସା ଅଲ୍ଲୀ ସୋଡି, ଡାନି ପ୍ରମୁଖ ରହିଛନ୍ତି । ଫିଲ୍ମଟି ବରଜାତ୍ୟଙ୍କ ଫ୍ୟାମିଲ ବ୍ୟାନର ରାଜଶ୍ରୀ ଦ୍ବାରା ପ୍ରଯୋଜିତ ହୋଇଛି । ‘ପ୍ରେମ ରତନ ଧନ ପାଓ’ ପରେ ନିର୍ଦ୍ଦେଶକ ଏହି ଫିଲ୍ମ ସହିତ ବଲିଉଡ଼କୁ କମ୍‌ବ୍ୟାକ କରୁଛନ୍ତି ।

SOA post below
Leave a comment