ଅମ୍ଫାନ ସ୍ଥିତି ସମୀକ୍ଷା କଲେ ଡିଆଇଜି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ଅମ୍ପନ ଉପକୂଳ ମୁହାଁ ହେଉଥିବାରୁ ତାଳଚୁଆ ମେରାଇନରେ ଏହାର ସ୍ଥିତି ସମୀକ୍ଷା କରିଛନ୍ତି ଡିଆଇଜି ଆଶିଷ ସିଂ, କେନ୍ଦ୍ରାପଡା ଏସ୍ପି ନୀତିଶେଖର, ତାଳଚୁଆ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ । ତାଳଚୁଆ ଅଞ୍ଚଳରେ ସ୍ଥିତି ସମୀକ୍ଷା କରିବା ସହିତ ଲୋକ ମାନଙ୍କୁ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ସେହିପରି ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ଯିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ସାମୁଦ୍ରିକ ବାତ୍ୟା ଅମ୍ଫାନ ଓଡ଼ିଶା ନିକଟବର୍ତ୍ତୀ ହୋଇଥିବା ବେଳେ ବର୍ତ୍ତମାନ ଏହା ପାରାଦୀପ ଠାରୁ ୪୦୦ କିଲୋମିଟର ଦୂରରେ ରହିଛି । ଏହି ବାତ୍ୟା ପଶ୍ଚିମବଙ୍ଗର ଦୀଘାଠାରେ ଲାଣ୍ଡଫଲ କରିବାର ଅନୁମାନ କରାଯାଉଥିଲେ ମଧ୍ୟ ଓଡ଼ିଶାର ବାଲେଶ୍ଵର, ଭଦ୍ରକ, ମୟୁରଭଞ୍ଜ ଆଦି ଜିଲ୍ଲାରେ ଏହାର ଅଧିକ ପ୍ରାଭାବ ଦେଖିବାକୁ ମିଳିବ ।

Leave A Reply

Your email address will not be published.