କୋଲ୍‌କାତାକୁ ଧରାଶାୟୀ କଲା ଅମ୍ଫାନ୍‌

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବର୍ତ୍ତିଗଲ। ଓଡିଶା, ବଳି ପଡିଲା ପଶ୍ଚିମବଙ୍ଗ। ଟଳି ପଡ଼ିଛି ବିଶାଳକାୟ ବୃକ୍ଷ, ମଝି ରାସ୍ତା‌ରେ ପଡ଼ି ରହିଛି ବିଦ୍ୟୁତ୍‌ ଖୁଣ୍ଟି, ଗଛର ପତ୍ର ପରି ଉଡ଼ି ଯାଇଛି ଆଜ୍‌ବେଷ୍ଟ୍‌ସ, ମାଟିରେ ମିଶିଛି କଚା ଘର, ଭାଙ୍ଗି ଯାଇଛି ନଭଶ୍ଚୁଭ୍ଗୀ ଅଟ୍ଟାଳିକାର କାଚ ଝରକା ସବୁ, ଘର ଭିତରେ ଖେଳୁଛି ସମୁଦ୍ର ଜୁଆର ପରି ଲହଡ଼ି। ଅମ୍ଫାନ୍‌ ଐତିହାସିକ କୋଲକାତା ମହାନଗରୀକୁ ଯେପରି ଭାବେ ଖିନ୍‌ଭିନ୍‌ କରି ଧରାଶାୟୀ କରି ଦେଇଛି ତାହାର ଚିତ୍ର ଦେଖିବା ପରେ ବର୍ଣ୍ଣନା କରିବାକୁ ଭାଷା ନାହିଁ ।
ଭୟଙ୍କର ସାମୁଦ୍ରିକ ଝଡ଼ ‘ଅମ୍ଫାନ’ ସ୍ଥଳଭାଗ ଛୁଇଁବା ପରେ କୋଲକାତା ଉପର ଦେଇ ଗତି କରିବା ସହ ‌ସେଠାରେ ତାଣ୍ଡବ ରଚିଥିଲା। ବାତ୍ୟା ‘ଅମ୍ଫାନ’ର ପ୍ରକୋପରେ ଛାରଖାର୍‌ ହୋଇ ଯାଇଥିଲା ପୂରା କୋଲକାତା ସହର।

ଘଣ୍ଟାକୁ ପ୍ରାୟ ୧୨୦ରୁ ୧୩୫ କିଲୋମିଟର୍‌ ବେଗରେ ପବନ ‌ବହିବା ପରେ କୋଲକାତା ପରି ସହର ହୋଇଥିଲା ଧରାଶାୟୀ। କୋଲ୍‌କାତାରେ ପବନର ଝଟ୍‌କା ଥିଲା୧୫୫ କିମି। ତେବେ, ଏହି ସାମୁଦ୍ରିକ ଝଡ଼ ହେତୁ କୋଲ୍‌କାତାର ମୃତ୍ୟୁ ସଂଖ୍ୟା ଏବେ ସୁଦ୍ଧା ୪ ଛୁଇଁଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ୧୯୯୯ ମସିହା ପରେ ‘ଅମ୍ଫାନ’ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଦ୍ବିତୀୟ ମହାବାତ୍ୟା। ୧୯୯୯ ମସିହା ବାତ୍ୟାରେ ଓଡ଼ିଶାର ଅବସ୍ଥା ଯେପରି ହୋଇଥିଲା ‘ଅମ୍ଫାନ’ ହେତୁ କୋଲକାତାରେ ଘଟିଛି ସମାନ ଅବସ୍ଥା।

କୋଲ୍‌କାତାର ଦୀଘା ଓ ହାତିଆ ଦୀପ ମଝିରେ ଦିନ ପ୍ରାୟ ୨.୩୦ ସମୟରେ ଲ୍ୟାଣ୍ଡ୍‌ଫଲ୍‌ କରିଥିଲା ‘ଅମ୍ପାନ’। ସୁ ସୁ ପବନରେ ପୂରା କୋଲକାତାବାସୀଙ୍କ ଛାତି ଥରାଇ ଦେଇଥିବା ଏହି ସାମୁଦ୍ରିକ ଝଡ଼ ହେତୁ ୫ ହଜାର ୫୦୦ ସହ ଘର ଭାଙ୍ଗି ରୁଜି ଚୁର୍‌ମାର୍‌ ହୋଇଛି। ପଶ୍ଚିମବଙ୍ଗରେ ଲକ୍ଷଲକ୍ଷ ଲୋକ ହୋଇ ଯାଇଛନ୍ତି ବାସହରା। ଏବେ ବି ୧୨୦ କିମି ବେଗରେ ପବନ ପ୍ରବାହିତ ହେଉଛି କୋଲକତା ମହାନଗରୀ ଉପରେ ଏବଂ ଆସନ୍ତାକାଲି ପ୍ରତ୍ୟୁଷ ପର୍ଯ୍ୟନ୍ତ ଅବ୍ୟାହତ ରହିବ।

Leave A Reply

Your email address will not be published.