ଗିରଫ ହେଲେ ବହିଷ୍କୃତ ପୁଲିସ ଆଇଆଇସି ଆନନ୍ଦ ମାଝୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ମାମଲାର ମୁଖ୍ୟ ଅଭିଯୁକ୍ତ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଆଜି କ୍ର‌ାଇମବ୍ରାଞ୍ଚ ଗିରଫ କରିଛି। ପୁଲିସ ଡିଜି ଅଭୟ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଫେରାର ଥିବା ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଅନୁଗୁଳ ଜିଲ୍ଲାର ହଣ୍ଡପା ଥାନା ଅଞ୍ଚଳରୁ ଠାବ କରି କ୍ରାଇମବ୍ରାଞ୍ଚ ଗିରଫ କରିଛି। ବର୍ତ୍ତମାନ ତାଙ୍କୁ ଅଦାଲତରେ ହାଜର କରାଯିବ ବୋଲି ଟୁଇଟରେ ଉଲ୍ଲେଖ କରିଛନ୍ତି ଡିଜି। ଏଥିସହ ସେ ଓଡ଼ିଶା ପୁଲିସର କ୍ରାଇମ ବ୍ରାଞ୍ଚକୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଲାଗି ଧନ୍ୟବାଦ ଦେଇଛନ୍ତି।

ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହେବାର ମ‌ାତ୍ର ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହୋଇଛି । ପ୍ରଥମେ ନିଲମ୍ବନ, ତା’ପରେ ବହିଷ୍କାର ଏବଂ ଶେଷରେ ଗିରଫଦାରୀ। ଏହି ଘଟଣାରେ ପୁଲିସ ଡିଜି ଅଭୟ ଟୁଇଟ୍ କରି ପୀଡ଼ିତାଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି।

Leave A Reply

Your email address will not be published.