ମଧ୍ୟମରୁ ବୁନୁ, ଉତ୍ତରରୁ ଶଶୀଭୂଷଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ମେୟର ତଥା ଭୁବନେଶ୍ୱର ବିଜେଡିର ପର୍ଯ୍ୟବେକ୍ଷକ ଥିବା ଅନନ୍ତ ନାରାୟଣ ଜେନା ଭୁବନେଶ୍ୱର ମଧ୍ୟମରୁ ବିଜେଡି ଟିକେଟ ପାଇବେ । ଏନେଇ ଦୁଇ ତିନି ଦିନ ହେବ ଚର୍ଚ୍ଚା ଜୋର ଧରିଛି । ମେୟର ଉଭୟ ଉତ୍ତର ଏବଂ ମଧ୍ୟମରୁ ଟିକେଟ ଆଶାୟୀ ଥିଲେ । ପ୍ରଥମ ଦଫାରେ ଉତ୍ତରରେ କିଛି ଦଳୀୟ କାର୍ଯ୍ୟକ୍ରମ ସେ ଆରମ୍ଭ କରିଥିଲେ । ତାପରେ ଚିନ୍ମୟ ସାହୁଙ୍କ ସହ ମିଶି ସଙ୍ଗଠନ ସଜାଡି ଥିଲେ । ନିର୍ବାଚନ ପାଖେଇବା ସହିତ ନିଜକୁ ଉତ୍ତର ସଙ୍ଗଠନ ସହ ଅଧିକ ଯୋଡିଥିଲେ । ସେଠାରେ କିଛି ଉର୍ଣ୍ଣତ୍ତି ନହେବା ଦେଖି ମାଧ୍ୟମ ଉପରେ ଆଖି ପକାଇ ଥିଲେ । ପ୍ରାର୍ଥୀ ଭାବେ ତାଙ୍କ ନାଁ ଆଦୌ ଅଲୋଚନ ହେଉନଥିଲା । ମଧ୍ୟମରେ ରୁଦ୍ର ସାମନ୍ତରାୟ, ଦୁର୍ଗା ସାମନ୍ତରାୟ, ସୁଲୋଚନା ଦାସ, ରାଣା ପ୍ରତାପ ପାତ୍ର, ଲିଟୁ ପାତ୍ର ଓ ଅମେରେଶ ପତ୍ରିଙ୍କ ଭଳି ନା ଚର୍ଚ୍ଚାରେ ରହିଥିଲା । ଏସବୁ ସତ୍ତ୍ୱେ ବି ସମସ୍ତଙ୍କ ନାଁ କୁ ପଛରେ ପକାଇ ଦେଇଛନ୍ତି ମେୟର । ଏମିତିକି କିଛିଦିନ ତଳେ ରୁଦ୍ର ସାମନ୍ତରାୟ ମଧ୍ୟମ ଟିକେଟର ଅଧିକ ଦାବେଦାର ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ମେୟର ରୁଦ୍ରଙ୍କୁ ବି ପଛରେ ପକାଇଛନ୍ତି । କିଛିଦିନ ତଳେ ବିଜେଡିର କୋର ଗ୍ରୁପ ନେଇଥିବା ନିଷ୍ପତ୍ତି ଅନୁଯାୟୀ ବୁନୁଙ୍କୁ କୌଣସି ଏକ ସ୍ଥାନରେ ଥଇଥାନ କରିବାର ଥିଲା । ସେ ମଧ୍ୟରେ ମଧ୍ୟମରେ ତାଙ୍କୁ ପ୍ରାର୍ଥୀ କରିବା ସମ୍ଭାବନା ଅଧିକ ଅଛି ।

ସେହିପରି ଉତ୍ତରର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଟିକେଟ କଟିବାର ସମ୍ଭାବନା ଅଧିକ ରହିଛି । ପ୍ରିୟଦର୍ଶୀଙ୍କ ସ୍ଥାନରେ ଭୁବନେଶ୍ୱର ଜୟଦେବର ବିଧାୟକ ତଥା ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ଉତ୍ତର ରୁ ପ୍ରାର୍ଥୀ କରାଯିବାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଚିନ୍ମୟ ସାହୁଙ୍କ ମଧ୍ୟ ଏହି ତାଲିକାରେ ନାମ ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

Leave A Reply

Your email address will not be published.