ଓଡ଼ିଶା ଆସିବ ଆନ୍ଧ୍ର ପୋଲିସ

0

ଓଡ଼ିଶା ଫାଷ୍ଟ (ଜିତେନ୍ଦ୍ର ମହାନ୍ତି) : ଭୁବନେଶ୍ୱର ରେ ରହୁଥିବା ଜଣେ ରମନ ପାଣିଗ୍ରାହୀ ନାମକ ବିଲ୍ଡର ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶ ସ୍ଥିତ ତିରୁପତି ମନ୍ଦିରରେ ଥିବା TTD ର ସିକୁରୀଟି ଚେକିଂ ବେଳେ ତାଙ୍କ ପାଖରୁ ଏକ ବନ୍ଧୁକ ଓ ଦୁଇଟି ଜୀବନ୍ତ ଗୁଳି ମିଳିଥିଲା। TTD ସିକୁରୀଟି ତିରୁପତି ର ଟାଉନ ଥାନା ପୋଲିସ କୁ ଜିମା ରେ ଦେଇଥିଲା । ପୋଲିସ ପାଣିଗ୍ରାହୀ କୁ ଗିରଫ କରି ପଚରାଉଚରା କରିବାରୁ ଜଣାପଡିଥିଲା ସେ ଓଡ଼ିଶା ର ଭୁବନେଶ୍ୱର ର ବାସିନ୍ଦା ଏହି ବନ୍ଧୁକ କୁ ନିଜ ସୁରକ୍ଷା ପାଇଁ ରଖିଥିବା ମାନିଛନ୍ତି। ବନ୍ଧୁକ ର ଲାଇସେନ୍ସ ନଥିବାରୁ ପୋଲିସ ର ସନ୍ଧେହ ଘେରକୁ ପାଣିଗ୍ରାହୀ ଆସିଥିଲେ। ଅଧିକ ଯେରା ପରେ ସେ ମାନିଥିଲେ ଯେ ତାଙ୍କ ନାମରେ ଭୁବନେଶ୍ୱରରେ ଅନେକ ଅପରାଧିକ ମାମଲା ଅଛି। ଏନେଇ ଆନ୍ଧ୍ରପ୍ରଦେଶ ପୋଲିସ ଭୁବନେଶ୍ୱର ଆସିବାର ସମ୍ଭାବନା ରହିଛି।

Leave A Reply

Your email address will not be published.