ଫେସବୁକ୍ ନୀତି ନିର୍ଦ୍ଧାରକ ଆଂକ୍ଷୀ ଦାସଙ୍କୁ ହତ୍ୟା ଧମକ ଅଭିଯୋଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋସିଆଲ୍ ମିଡ଼ିଆ ସାଇଟ୍ ଫେସବୁକର ଭାରତ ଏବଂ ଏସିଆ ପରିଚାଳକ ଆଂକ୍ଷୀ ଦାସଙ୍କୁ ହତ୍ୟା ଧମକ ଦିଆଯାଉଛି। ଫେସବୁକ୍, ଟୁଇଟର୍ ଏବଂ ଫୋନକଲ୍ରେ ଧମକ ଦିଆଯାଉଥିବା ସମ୍ପର୍କରେ ସେ ଦିଲ୍ଲୀ ପୁଲିସର ସାଇବର ସେଲରେ ଅଭିଯୋଗ କରିଛନ୍ତି। ତାଙ୍କୁ ଅଗଷ୍ଟ ୧୪ ପରଠାରୁ ଧମକ ମିଳୁଛି। ତାଙ୍କ ଅଭିଯୋଗ ପତ୍ରରେ ୪-୫ ଜଣଙ୍କର ନାମ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ଅଗଷ୍ଟ ୧୪ରେ ଆମେରିକାର ଖବରକାଗଜ ‘ୱାଲ୍ ଷ୍ଟ୍ରୀଟ୍ ଜର୍ଣ୍ଣାଲ’ରେ ଖବର ପ୍ରକାଶିତ ହୋଇଥିଲା ଯେ, ଭାରତରେ ଫେସବୁକ ବିଜେପିକୁ ସମର୍ଥନ କରୁଛି। ଏପରିକି ଫେସବୁକ୍ ବିଜେପି ନେତାଙ୍କର ହିଂସା ଉସୁକାଇବା ଭଳି ଭାଷଣକୁ ହଟାଉନାହିଁ ବୋଲି ଆମେରିକାର ଖବରକାଗଜରେ ପ୍ରକାଶିତ ହୋଇଥିଲା। ଏହାପରଠାରୁ ଆଂକ୍ଷୀ ଦାସଙ୍କୁ ହତ୍ୟାଧମକ ମିଳୁଛି।

Leave A Reply

Your email address will not be published.