ଏଏନଏମ ଧାରଣା ପଛରେ ରହିଛି ରାକେଟ : ୩ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଲୋୟର ପିଏମଜିରେ ଧାରଣାରତ ଏନଏମ କର୍ମୀଙ୍କୁ ପ୍ରଲୋଭୀତ କରି ଟଙ୍କା ଆଦାୟ କରୁଛନ୍ତି ଦଲାଲ। କମିଶନରେଟ ପୋଲିସ ହାତରେ ଲାଗିଛି ଲାଞ୍ଚ ଦିଆନିଆ ଅଡିଓ କ୍ଲିପ। ଏଥିରେ ସମ୍ପୃକ୍ତ କେ ଅଶ୍ୱନୀ ଦୋରା, ସନ୍ତୋଷ ସାହୁ, ରାଜ କିଶୋର ଆଦାରି ନାମକ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ନଗଦ ୫୦ ହଯାର ଟଙ୍କା ମଧ୍ୟ ଜବତ କରାଯାଇଛି। ଚାକିରୀ ସ୍ଥାୟୀ କରିବା ପାଇଁ ଜଣ ପିଛା ୧୫ ହଜାର ଲେଖାଏଁ ଟଙ୍କା ନେଉଥିଲେ ଦଲାଲ। ଆନ୍ଦୋଳନରେ ଏନଏନ କର୍ମୀ ବସିବାକୁ ପ୍ରବତ୍ତଉଥିଲେ। ଏବଂ ଟଙ୍କା ଦେଲେ ସରକାରୀ ଚାକିରୀ ସ୍ଥାୟୀ ହେବ କହି ଟଙ୍କା ନେଉଥିଲେ। ଆନ୍ଦୋଳନକାରିଙ୍କ ମଧ୍ୟରେ ଏଭଳି ଅସାଧୁ ଲୋକ ଅଛନ୍ତି। ସେମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଡ଼ିସିପି ଉମାଶଙ୍କର ଦାସ କହିଛନ୍ତି।

ଏନେଇ ଘଟଣା ବିଷୟରେ ମହାତ୍ମା ଗାନ୍ଧୀମାର୍ଗରେ ବସିଥିବା ଏନଏମ ସ୍ୱାସ୍ଥ୍ୟକର୍ମୀଙ୍କୁ ଯେତେବେଳେ ପଚରା ଯାଇଥିଲା ସିଏ ଏହାକୁ ମିଛ ବୋଲି କହିଥିଲେ। ଏବଂ ପୋଲିସ ଯେଉଁମାନଂକୁ ଗିରଫ କରିଛି ସେମାନେ ଫାର୍ମାସିଷ୍ଟ ଅଟନ୍ତି। ଆମମାନଙ୍କ ଠାରୁ କୋଣସି ଟଙ୍କାନେଇ ନାହାନ୍ତି। ସୋସିଆଲ ମିଡ଼ିଆରେ ଯେଉଁ ଭିଡ଼ିଓ ଭାଇରାଲ ହେଉଛି ତାହା ଆମେ ନୁହେଁ। ମିଛ ଅଟେ ବୋଲି ସ୍ୱାସ୍ଥ୍ୟ କର୍ମୀ କହିଥିଲେ।

bjd
Sikshaya
ruchi

Leave A Reply

Your email address will not be published.