ସିଗ୍‌ନେଚର୍‌ ବ୍ରିଜରେ ସିରିଜ ଦୁର୍ଘଟଣା, ୨୪ ଘଣ୍ଟାରେ ୩ଜଣଙ୍କ ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୮ବର୍ଷ ଧରି ନିର୍ମାଣ ହେବା ପରେ ଗତ କିଛିଦିନ ହେବ ଜନସାଧାରଣଙ୍କ ଯାତାୟାତ ପାଇଁ ଖୋଲିଛି ଦିଲ୍ଲୀର ସିଗ୍‌ନେଚର୍‌ ବ୍ରିଜ । କିନ୍ତୁ ଉଦଘାଟନ ହେବା ପରଠାରୁ ଏହି ବ୍ରିଜ ଦିଲ୍ଲୀବାସିଙ୍କ ପାଇଁ ବିପଦ ସାଜିଛି । ଶୁକ୍ରବାର ଏହି ବ୍ରିଜ୍‌ରେ ଦୁଇ ଡାକ୍ତରୀ ଛାତ୍ର ପ୍ରାଣ ହରାଇଥିବା ବେଳେ ଆଜି ପୁଣି ଜଣଙ୍କର ଜୀବନ ଯାଇଛି । ୨୪ ଘଣ୍ଟା ମଧ୍ୟରେ ଏହି ବ୍ରିଜ ୩ଟି ମୁଣ୍ଡ ନେଇଥିବା ବେଳେ ଏବେ ଏହା ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି ।

ସୂଚନା ଅନୁଯାୟୀ, ଗତକାଲି ଗାଜିଆବାଦର ୨୪ ବର୍ଷୀୟ ଶଙ୍କର ତାଙ୍କ ସମ୍ପର୍କୀୟ ଭାଇ ଦୀପକ (୧୭)ଙ୍କ ସହ ବାଇକ୍‌ରେ ଉତ୍ତର ଦିଲ୍ଲୀର ନଙ୍ଗଲୋଇଠାରୁ ଉତ୍ତର-ପୂର୍ବ ଦିଲ୍ଲୀ ଅଭିମୁଖେ ଯାଉଥିଲେ । ଏହି ସମୟରେ ସେମାନଙ୍କ ବାଇକ୍‌ ବ୍ରିଜ୍‌ ଉପରେ ସ୍ଲିପ୍‌ କରି ଡିଭାଇଡର୍‌ରେ ପିଟି ହୋଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସ୍ପିଟାଲ୍‌ ନିଆଯାଉଥିଲେ ହେଁ ଅଧା ବାଟରେ ଶଙ୍କରଙ୍କ ମୃତ୍ୟୁ ଘଟିଥିଲା । ଦୀପକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ସେ ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.