ମୋମୋ ନେଲା ଆଉ ଏକ ଜୀବନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୋମୋ ଚାଲେଞ୍ଜରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା କଟକ ଜିଲ୍ଲା ମାହାଙ୍ଗା ବ୍ଳକ ଉମର ଗାଁରୁ ଅଭିଯୋଗ ଆସୁଛି । ସେହେଲେ ୨୪ ବର୍ଷୀୟ ଉମାକାନ୍ତ ବେହେରା ।

ସୂଚନା ଅନୁଯାୟୀ, ମାହାଙ୍ଗା ବ୍ଳକ ଉମର ଗାଁର ଉମାକାନ୍ତ କିଛି ବର୍ଷହେଲା ଚେନ୍ନାଇ ରେ ରହି ଏକ କାମ କରୁଥିଲେ । ଦୁଇ ମାସ ପୂର୍ବରୁ ସେ ଗାଁ କୁ ଫେରିଥିଲେ । ଆଜି ଉମାକାନ୍ତଙ୍କର ଝୁଲନ୍ତା ମୃତଦେହ ନିର୍ମାଣାଧୀନ କ୍ଲବ୍‌ ଘରୁ ଉଦ୍ଧାର ହୋଇଛି । ତାଙ୍କ ମୋବାଇଲ ରେ ମୋମୋ ଚାଲେଞ୍ଜ ଥିବାର ତାଙ୍କ ଘରଲୋକ ଦେଖିବାକୁ ପାଇବା ପରେ ଏହା ଉମାକାନ୍ତଙ୍କ ଆତ୍ମହତ୍ୟାର କାରଣ ହୋଇପାରେ ବୋଲି ତାଙ୍କ ମା’ ମାହାଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

କିଛି ଦିନ ପୂର୍ବରୁ ମୋମୋ ଖେଳି ରାଉରକେଲା ସହରର ରେଲୱେ କଲୋନୀ ଅଞ୍ଚଳରେ ଜଣେ ଇଂଜିନିୟରିଂ ଛାତ୍ର ଚେତନ କୁମାରଙ୍କ ଜୀବନ ଯାଇଛି । ଚେତନ ନିଜ ମୋବାଇଲରେ ମୋମୋ ଖେଳକୁ ଡାଉନଲୋଡ କରି ଖେଳିବା ଆରମ୍ଭ କରିଥିଲେ । ମୋମୋ ଚାଲେଞ୍ଜରେ ସେ ଭୁବନେଶ୍ୱରରୁ ଚେନ୍ନାଇ ଯାଇ ୬ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ଏହି ଗେମକୁ ନେଇ ପୋଲିସ ତରଫରୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ପିତା, ମାତାଙ୍କୁ ଅନୁରୋଧ କରାଯାଇଛି କି ଏଖେଳରୁ ନିଜ ଛୁଆଙ୍କୁ ନିବୃତ୍ତ ରଖିବାକୁ । ଏହା ସହ ଛୁଆଙ୍କ ଗତିବିଧି ଉପରେ ନଜର ରଖିବାକୁ ମଧ୍ୟ କୁହାଯାଇଛି ।

Leave A Reply

Your email address will not be published.