ଜଟଣୀର ଅଶୁଂମାନ ହୋତା ଏବଂ ପ୍ରଫେସର ଶ୍ରୀ ବ୍ରଜେନ୍ଦ୍ର ପ୍ରସାଦ ଦାସ ଧରିଲେ ପଦ୍ମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବରିଷ୍ଠ ବିଜେପି ନେତା ଡା. ଦାମଦୋର ରାଉତଙ୍କ ଉପସ୍ଥିତିରେ ଜଟଣୀ ନିର୍ବାଚନମଣ୍ଡଳୀର ବିଜେଡି ନେତା ଶ୍ରୀ ଅଶୁଂମାନ ହୋତା ବିଜେଡି ଦଳ ଛାଡି ଆଜି ବିଜେପିରେ ସାମିଲ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅବସରପ୍ରାପ୍ତ ପ୍ରଫେସର ଶ୍ରୀ ବ୍ରଜେନ୍ଦ୍ର ପ୍ରସାଦ ଦାସ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟର ସଂପାଦକ ଶ୍ରୀନିବାସ ମହାପାତ୍ର, ଉପସଭାପତି ଶଙ୍କର୍ଷଣ ଦାସ, ସଂପାଦକ ସୁଶାନ୍ତ ସାମନ୍ତରାୟ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି ଜଟଣୀ ଅଞ୍ଚଳର ସମାଜସେବୀ ତପନ କୁମାର ବଳିଆର ସିଂ, ସୁବାସ କୁମାର ସାହୁ, ଶିବ ପ୍ରସାଦ ମହାନ୍ତି ଏବଂ ସୁଜିତ୍ କୁମାର ସାମଲ ଆଜି ବିଜେପିରେ ଯୋଗଦାନ କରିଛନ୍ତି । ଡା. ରାଉତ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଜେପି ଦଳରେ ସେମାନଙ୍କୁ ସାମିଲ କରାଇଛନ୍ତି । ରାଜ୍ୟ ଉପ
ସଭାପତି ଶ୍ରୀ ସମୀର ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ମିଶ୍ରଣ ପର୍ବରେ ଜଟଣୀ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ବିଶ୍ୱରଞ୍ଜନ ବଡଜେନା ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.