ସ୍ଵାମୀ ଅନୁଭବଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ବର୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ଭରଣପୋଷଣ ମାମଲା ରୁଜୁ କରିଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶନୀ। କଟକ ଏସଡ଼ିଜେଏମ୍ ଅଦାଲତରେ ଏ ନେଇ ଏକ ମାମଲା ରୁଜୁ ହୋଇଛି। ଆସନ୍ତା ୭ ତାରିଖରେ ଶୁଣାଣି ଧାର୍ଯ୍ୟ ହୋଇଛି।

ସୂଚନା ଅନୁସାରେ, ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସ୍ବାମୀ ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ଆଇନର ଧାରା ୨୦୦୫ର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛନ୍ତି। ସେ ଏଥିରେ କେତେକ ନିର୍ଦିଷ୍ଟ ଅଭିଯୋଗ ଆଣିବା ସହ ତାଙ୍କଠାରୁ କ୍ଷତିପୂରଣ ଦାବି କରିଛନ୍ତି। ତେବେ ନିର୍ଦିଷ୍ଟ ଭାବରେ ଅନୁଭବଙ୍କ ବିରୋଧରେ ବର୍ଷା କେଉଁକେଉଁ ଅଭିଯୋଗ ଆଣିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଏଥିପାଇଁ ସେ ଭବିଷ୍ୟତରେ ଜୀଇବା ପାଇଁ କ୍ଷତିପୂରଣ, ଘରଭଡ଼ା, ଚିକିତ୍ସା ଖର୍ଚ ଆଦି ଦାବି କରିଥିବା ଜଣାପଡ଼ିଛି।
ଅନ୍ୟଏକ ସୂତ୍ରରୁ ମିଳିଥିବା ଅନୁସାରେ ବର୍ଷା ତାଙ୍କ ସ୍ବାମୀଙ୍କ ବିରୋଧରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ କରିବା ସହ ବିଭିନ୍ନ ବାବଦରେ ୧୫ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଏହାବ୍ୟତୀତ ମାସିକ ଘରଭଡ଼ା ଓ ଭରଣପୋଷଣ ନିମନ୍ତେ ୭୦ ହଜାର ଟଙ୍କା ପ୍ରଦାନ ନିମନ୍ତେ ନିର୍ଦେଶ ଦେବାକୁ ଅଦାଲତଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। କିନ୍ତୁ ବର୍ଷା ଏ ସଂପର୍କରେ ମୁହଁ ଖୋଲି ନାହାନ୍ତି ଓ ତାଙ୍କ ଆଇନଜୀବୀ ମଧ୍ୟ ଏ ନେଇ କୌଣସି ମତାମତ ଦେବାକୁ ମନା କରିଛନ୍ତି।
ଅନ୍ୟପକ୍ଷରେ ସାଂସଦ ଅନୁଭବ ଏହି ମାମଲା ସଂକ୍ରାନ୍ତରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ କିମ୍ବା ସେ କୌଣସି ନୋଟିସ ପାଇ ନାହାନ୍ତି ବୋଲି କହିଛନ୍ତି।

Leave A Reply

Your email address will not be published.