ଅନୁଭବ ୪୮,୧୩୮ ଖଣ୍ଡ ଭୋଟରେ ବୈଜୟନ୍ତଙ୍କ ଠାରୁ ଆଗୁଆ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡ଼ାରେ ବିଜେଡି ଆଗରେ । କେନ୍ଦ୍ରାପଡ଼ା ଲୋକସଭା ଆସନରେ କ୍ରମାଗତ ଭାବେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ଆଗରେ ରହିଛନ୍ତି । ଏବେ ସୁଦ୍ଧା ଅନୁଭବ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କଠାରୁ ୪୮,୧୩୮ ଖଣ୍ଡ ଭୋଟରେ ଆଗରେ ଅଛନ୍ତି । ବୈଜୟନ୍ତ ୧,୧୩,୧୦୩ ଖଣ୍ଡ ଭୋଟ ପାଇଥିବା ବେଳେ ଅନୁଭବ ୧,୬୧,୨୪୧ ଖଣ୍ଡ ଭୋଟ ପାଇଛନ୍ତି ।

କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନ କେନ୍ଦ୍ରାପଡ଼ା ବିଧାନସଭା ଆସନରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେଉଛି । ବିଜେଡି ପ୍ରାର୍ଥୀ ଶଶିଭୂଷଣ ବେହେରା ଆଗରେ ରହିଥିଲେ ହେଁ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କଠାରୁ ମାତ୍ର ୨,୧୦୨ ଖଣ୍ଡ ଭୋଟରେ ଆଗରେ ଅଛନ୍ତି ।

ସେହିପରି ୧୭ ରାଉଣ୍ଡ ଗଣତି ଶେଷ ସୁଦ୍ଧା ରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ୬,୭୯୯ ବ୍ୟବଧାନରେ ଆଗୁଆ ଅଛନ୍ତି । ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁ ୩୦,୩୧୧ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ଅଂଶୁମାନ ମହାନ୍ତି ୨୩,୫୧୨ ଖଣ୍ଡ ଭୋଟ ପାଇଛନ୍ତି ।

Leave A Reply

Your email address will not be published.