ମୋ ବାପା ଆଇସିୟୁରେ ଅଛନ୍ତି, ଶୀଘ୍ର ମାମଲା ସାରିଦେବାକୁ ପତ୍ନୀ ବର୍ଷାଙ୍କୁ ଟ୍ୱିଟ ଯୋଗେ ଅନୁରୋଧ କଲେ ଅନୁଭବ

ଅଭିନେତା ତଥା ସାଂସଦ ଅନୁଭବଙ୍କ ବାପା ଗୁରୁତର ଅସୁସ୍ଥ ହୋଇ ବର୍ତ୍ତମାନ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି। ଏଭଳି ସମୟରେ ବର୍ଷାଙ୍କୁ ଅନୁଭବ ଲୁହ ଛଳ ଛଳ ହୋଇ ମାମଲା ସାରିବାକୁ ଅନୁରୋଧ କରିଛନ୍ତି। ବାପା ଅସୁସ୍ଥ ଥିବାରୁ ଶୀଘ୍ର ମାମଲା ସାରିଦେବାକୁ ପତ୍ନୀ ବର୍ଷାଙ୍କୁ ସାଂସଦ ଅନୁଭବ ଟ୍ୱିଟ କରିଛନ୍ତି ।
ବାପା ଗୁରୁତର ଅସୁସ୍ଥ ହୋଇ ଆଇସିୟୁରେ ଅଛନ୍ତି । ଏଭଳି ଅସମୟରେ ଆଇନ ଗତ ଲଢେଇ ସମାପ୍ତ କରି ମାନବିକତା ଦେଖାଇବାକୁ ଅନୁଭବ ବର୍ଷାଙ୍କୁ ହାତଯୋଡି ନେହୁରା ହୋଇଛନ୍ତି । ବାପାଙ୍କୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଅନ୍ତୁ ବୋଲି ଅନୁଭବ ଟୁଇଟରେ ଲେଖିଛନ୍ତି ।