କ୍ୱାର୍ଟରକୁ ନେଇ ଅନୁଭବ ଓ ବୈଜୟନ୍ତ ମୁହାଁମୁହିଁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନୁଭବଙ୍କ ଟାର୍ଗେଟରେ ବୈଜୟନ୍ତ । ଦିଲ୍ଲୀ ମହାଦେବ ରୋଡସ୍ଥିତ ସରକାରୀ କ୍ୱାର୍ଟରକୁ ନେଇ ଚାଲିଛି ଟ୍ୱିଟ୍ ଯୁଦ୍ଧ । ୧୩ ମାସ ପୂର୍ବରୁ ଲୋକସଭାରୁ ଇସ୍ତଫା ଦେବା ପରେ ମଧ୍ୟ ସରକାରୀ କ୍ୱାର୍ଟର ବୈଜୟନ୍ତ ନଛାଡିବା ନେଇ ଅନୁଭବ ଗତକାଲି ବୈଜୟନ୍ତଙ୍କୁ ଟାର୍ଗେଟ କରି ଟ୍ୱିଟ୍ କରିଥିଲେ । ମାତ୍ର ବୈଜୟନ୍ତଙ୍କ ପକ୍ଷରୁ କୌଣସି ଉତ୍ତର ନମିଳିବା ପରେ ଅନୁଭବ କହିଛନ୍ତି କି, ଟ୍ୱିଟ୍ ମାଷ୍ଟର ବୈଜୟନ୍ତ କ୍ୱାର୍ଟର ବିବାଦକୁ ନେଇ କାହିଁକି ଚୁପ୍ ବସିଛନ୍ତି?

ଅପରପକ୍ଷରେ ବୈଜୟନ୍ତଙ୍କ କାର୍ଯ୍ୟାଳୟ ତରଫରୁ ଅନୁଭବଙ୍କ ପ୍ରଶ୍ନର ଉତ୍ତରରେ କୁହାଯାଇଛି କି, ବର୍ତ୍ତମାନ ବୈଜୟନ୍ତ ଏହି ଘର ପାଇଁ ସରକାରଙ୍କୁ ଭଡା ଦେଉଛନ୍ତି । ଘରେ ବହୁ ସଂଖ୍ୟାରେ ବଡ ବଡ ସାମଗ୍ରୀ ଥିବାରୁ ସେଗୁଡିକ ଖାଲି କରିବା ପାଇଁ ସମୟ ଦରକାର ବୋଲି କୁହାଯାଇଛି ।

ସୂଚନା ଅନୁଯାୟୀ, ଗତ ୨୦ ବର୍ଷ ଧରି ଦିଲ୍ଲୀ ମହାଦେବ ରୋଡସ୍ଥିତ ସରକାରୀ କ୍ୱାର୍ଟର ବୈଜୟନ୍ତ ଙ୍କୁ ମିଳିଥିଲା । ଚଳିତ ନିର୍ବାଚନ ପରେ ଦିଲ୍ଲୀ ମହାଦେବ ରୋଡସ୍ଥିତ ଏହି ଘର ପାଇଁ ଲୋକସଭା ହାଉସ କମିଟିରେ ଆବେଦନ କରିଛନ୍ତି ଅନୁଭବ । ଘର ଦେଖିବା ପାଇଁ ହାଉସ କମିଟି ଅନୁମତି ଦେଇ ମଧ୍ୟ ବୈଜୟନ୍ତଙ୍କ ସିକ୍ୟୁରିଟି ଗାର୍ଡ ଅନୁଭବଙ୍କୁ ଘରେ ପୁରାଇ ନଦେବା ପରେ ଆରମ୍ଭ ହୋଇଛି ବିବାଦ । କ୍ୱାର୍ଟର ଆଗରେ ନିଜର ଏକ ଫଟୋ ଉଠାଇ ଅନୁଭବ ଟୁଇଟ କରିଥିଲେ ।

Leave A Reply

Your email address will not be published.