ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ମହିଳା କମିସନରେ ହାଜର ହୋଇଥିବା ଜଣାଯାଇଛି। ତେବେ ଅନୁଭବଙ୍କ ସହ ତାଙ୍କ ବାପା ଓ ମାଆ କିନ୍ତୁ ହାଜର ହୋଇ ନ ଥିବାର ସୂଚନା ରହିଛି। ପୂର୍ବରୁ ମହିଳା କମିସନରେ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମହିଳା କମିସନରେ ହାଜର ହୋଇସାରିଛନ୍ତି। ସେ ମହିଳା କମିସନଙ୍କ ନିକଟରେ ନିଜର ପକ୍ଷ ରଖିଛନ୍ତି । ଏବେ ମହିଳା କମିସନ ଉଭୟ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ସାମ୍ନାସାମ୍ନି ବସାଇ ଆଲୋଚନା କରୁଥିବା ଜଣାଯାଇଛି। ଏହି ଆଲୋଚନାରୁ କିଛି ନିଷ୍କର୍ଷ ବାହାରୁଛି କି ନା, ତା’ଉପରେ ସମସ୍ତଙ୍କ ନଜର ରହିଛି।
ସୂଚନାଯୋଗ୍ୟ, ଘରୋଇ ହିଂସାକୁ ନେଇ ପୂର୍ବରୁ ବର୍ଷା ପ୍ରିୟଦର୍ଶିନୀ ମହିଳା କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ। ବର୍ଷାଙ୍କ ଅଭିଯୋଗକୁ ଭିତ୍ତି କରି ମହିଳା କମିସନ ଅନୁଭବ ମହାନ୍ତି, ତାଙ୍କ ବାପା ଓ ମା’ଙ୍କୁ ଡିସେମ୍ବର୨୯ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।
