ନିଜ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ଜାଗୃତିଙ୍କ ଫଟୋ ସେୟାର୍‌ କଲେ ଅନୁଭବ ମହାନ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କିଛି ଦିନର ନିରବତା ପରେ ଏବେ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ବାନ୍ଧବୀ ଜାଗୃତି ଶୁକ୍ଳା ଓ ବନ୍ଧୁ ଅଶ୍ୱିନୀ ଦୁବେଙ୍କ ସହ ସାକ୍ଷାତ ବେଳର ଫଟୋକୁ ଅନୁଭବ ନିଜ ଫେସବୁକ୍ ପେଜରେ ସେୟାର କରିବା ପରେ ଚର୍ଚ୍ଚାକୁ ଆସିଛନ୍ତି । ଅନୁଭବଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।
ଏହି ପୋଷ୍ଟରେ ଅନୁଭବ ଅଶ୍ୱିନୀ ଦୁବେଙ୍କୁ ଜନ୍ମଦିନର ଶୁଭେଛା ଜଣାଇବା ସହ ତାଙ୍କର ମଙ୍ଗଳା କାମନା କରି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏଥିସହ ବାନ୍ଧବୀ ଜାଗୃତିଙ୍କୁ ପ୍ରକୃତ ବନ୍ଧୁ ବୋଲି ଦର୍ଶାଇ ଢ଼େର ପ୍ରଶଂସା କରିଛନ୍ତି । କିଛି ଦିନ ପୂର୍ବେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ରହିବାକୁ ଚାହୁଁ ନଥିବା ସୂଚାଇ ଦିଲ୍ଲୀ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ଅନୁଭବ ।
ସେତେବେଳେ ମଧ୍ୟ ଜାଗୃତିଙ୍କ ସହ ଅନୁଭବଙ୍କ ସମ୍ପର୍କକୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହୋଇଥିଲା । ଅନୁଭବଙ୍କ ଏହି ପୋଷ୍ଟ ପୁଣି ଥରେ ସେହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଏବଂ ଜାଗ୍ରୁତିଙ୍କ ସହ ଅନୁଭବଙ୍କର ଘନିଷ୍ଠ ବନ୍ଧୁତ୍ୱ ଥିବା ସ୍ପଷ୍ଟ ହୋଇଛି । ଜାଗୃତି ଶୁକ୍ଲା ହେଉଛନ୍ତି ପେଶାରେ ସାମ୍ବାଦିକା ଏବଂ ସେ ରାଜ୍ୟସଭା ଟିଭିର ଉପସ୍ଥାପିକା ।

bjd
Sikshaya
ruchi

Leave A Reply

Your email address will not be published.