ସଙ୍କଟମୋଚନ ଅନୁପ ଙ୍କୁ ପୁରଷ୍କାର।

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି।ତାଙ୍କୁ ଉତ୍ତରାଞ୍ଚଳ ଡିଆଇଜି କରାଯାଇଛି। ୨୦୦୬ ବ୍ୟାଚ ଆଇପିଏସ୍‌ ଅଧିକାରୀ ଅନୁପ ସାହୁଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ଦିଆଯାଇଛି ।

ଓଡ଼ିଶା ର ବହୁ ଚର୍ଚ୍ଚିତ ପିପିଲି ର ବେବିନା ଗଣ ଦୁଷ୍କର୍ମ ସମୟରେ ସରକାରଙ୍କ ନିଦହଜି ଯାଇଥିବା ବେଳେ ପୁରୀ ଏସ୍‌ପି ଭାବେ କାର୍ଯ୍ୟରତ ଏ ନ ସିହ୍ନ।ଙ୍କ କାର୍ଯ୍ୟ ଶୈଳି ସରକାରଙ୍କୁ ଆହୁରି ସମସ୍ୟାରେ ପକାଇଥିଲା।ସେ ସଙ୍କଟ ସମୟରେ ଅନୁପ ସାହୁଙ୍କୁ ସରକାର ପୁରୀ ଏସ୍‌ପି ଦାୟିତ୍ୱ ଦେଇଥିଲେ ଓ ଅନୁପ ସାହୁ ମଧ୍ୟ ଭଲ ଭାବେ ଦାୟିତ୍ୱ ତୁଲାଇଥିଲେ। ଭଦ୍ରକ ଦଙ୍ଗାରେ ମଧ୍ୟ ଅତିରିକ୍ତ ଏସ୍‌ପି ଭାବେ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଦଙ୍ଗା ନିଅନ୍ତ୍ରଣ ସମୟରେ ସୂଚାରୁ ରୂପେ ଯଥାସମ୍ଭବ କାର୍ଯ୍ୟ ତୁଲାଇଥିବାରୁ ଅନୁପ ସାହୁ ଙ୍କୁ ଭୁବନେଶ୍ୱର ଡିସିପି ଭାବେ ଅବସ୍ଥାପିତ କରାଯାଇ ପୁରସ୍କୃତ କରାଯାଇଥିବା ପୁଲିସ ମହଲରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.