ଅପରାଜିତାଙ୍କ ନିବେଦନ; ଆମକୁ ଏକୁଟିଆ ଛାଡନ୍ତୁ

ବାବୁଶାନ-ପ୍ରକୃତି-ତୃପ୍ତି ବିବାଦରେ ଏ ଯାଏଁ ପୂର୍ଣ୍ଣଚ୍ଛେଦ ପଡିନାହିଁ । ବେଶ୍ କିଛି ଦିନ ହେବ ଏହି ଘଟଣା ରାଜ୍ୟରେ ଚର୍ଚ୍ଚାରେ ରହିଛି । ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଏହି ବହୁଚର୍ଚ୍ଚିତ ଷ୍ଟାର ବିବାଦ ମାମଲାର ଟିକିନିକ୍ ଖବର ଦେବାକୁ ବାବୁଶାନଙ୍କ ଘର ଆଗରେ ଗହଳି ଜମାଉଛନ୍ତି । ଯାହାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ମା’ ଅପରାଜିତା ମହାନ୍ତି । ତାଙ୍କ ପରିବାରକୁ ଟିକିଏ ଏକୁଟିଆ ଛାଡିବାକୁ ଅପରାଜିତା ଗଣମାଧ୍ୟମ ପ୍ରତିନିଧିଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି, ” ନା ଆମେ ଝରକା ଖୋଲିପାରୁଛୁ ନା କବାଟ ଖୋଲି ବାହାରକୁ ବାହାରିପାରୁଛୁ । ଘର ବାହାରେ ଲୋକ ଗହଳି ପାଇଁ ସମସ୍ୟା ହେଉଛି । ଉତ୍ତମ ବାବୁଙ୍କ ଦେହ ଭଲ ନାହିଁ । କେତେବେଳେ ଆମ୍ବୁଲାନ୍ସ ଆବଶ୍ୟକ ପଡିପାରେ ଅବା କେତେବେଳେ ଆମେ ବାହାରକୁ ଯାଇପାରୁ । ଏଭଳି ସମୟରେ ଦୀର୍ଘ ୭ ଦିନ ଧରି ଘର ବାହାରେ ଭିଡ ଜମୁଛି । ଯାହାଫଳରେ ଅନେକ ସମସ୍ୟା ହେଉଛି । ତେଣୁ ଆମକୁ ଏକୁଟିଆ ଛାଡନ୍ତୁ ବୋଲି ଅନୁରୋଧ କରିଛନ୍ତି ଅପରାଜିତା ମହାନ୍ତି ।”