ଭାଜପାର ସଙ୍କଳ୍ପ ସମାବେଶ, କେନ୍ଦ୍ର ସରକାରଙ୍କ ସପଳତା ବଖାଣିଲେ ଅପରାଜିତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖାର୍ଦ୍ଧା ପୌରାଞ୍ଚଳର ୪, ୬ ଓ ୭ ନଂ. ଓ୍ବାର୍ଡରେ ବୁଧବାର ଭାଜପା ପକ୍ଷରୁ ସଂକଳ୍ପ ପଦଯାତ୍ରା ଅନୁଷ୍ଠିତ ହୋଇଛି । ବିଜେଡି ସରକାରଙ୍କ ବିଫଳତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସଫଳତାକୁ ନେଇ ଘରକୁ ଘର ବୁଲି ଲୋକଙ୍କୁ ଜଣଇଛନ୍ତି ଭାଜପା କର୍ମୀ ଓ ନେତା । ପୂର୍ବତନ ଆଇଏସ୍‌ ଅଧିକାରୀ ତଥା ଭାଜପା ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଘର ବୁଲି ଲୋକଙ୍କ ସହ ସରକାରଙ୍କ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । କ୍ଷମତାକୁ ଆସିଲେ ସବୁ ବେରୋଜଗାରୀଙ୍କୁ ରୋଜଗାରକ୍ଷମ ଓ ସବୁ ଭୂମିହୀନଙ୍କୁ ସ୍ଥାୟୀ ଜମି ପଟ୍ଟା ଯୋଗାଇ ଦିଆଯିବ ବୋଲି ଭାଜପା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.