କ୍ଷମା ମାଗିଲେ, ପୁଣି ଟ୍ରୋଲ ହେଲେ

0

ଫିଲ୍ମ ‘ଲାଲ ସିଂ ଚଢା’ ରିଲିଜ୍ ହେବା ପୂର୍ବରୁ ଆମିର ଖାଁ ଲଗାତାର ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ସେ କ୍ଷମା ମାଗିବା ପରେ ବି ବାରମ୍ବାର ଟ୍ରୋଲର ଶିକାର ହେଉଛନ୍ତି । ଲାଲ ସିଂ ଚଢା ଫ୍ଲପ ହେବା ପରେ ବି ଟ୍ରୋଲ ଜାରି ରହିଛି । କଥା ହେଲା ଏବେ ଆମିର ଯାହା ବି କରୁଛନ୍ତି ସବୁବେଳେ ଟ୍ରୋଲର ଶିକାର ହେଉଛନ୍ତି ।

ତାଜା ସୂଚନା ହେଉଛି ଏବେ ସେ ତାଙ୍କ ପ୍ରଡକସନ ହାଉସର ଟୁଇଟର ହ୍ୟାଣ୍ଡେଲରେ କ୍ଷମା ମାଗିବା ପରେ ଟ୍ରୋଲର ଶିକାର ହୋଇଛନ୍ତି । ଏବେ ଟ୍ରୋଲର୍ସ କହିଛନ୍ତି ତାଙ୍କ ଆକାଉଣ୍ଟ ହ୍ୟାକ ହୋଇଛି ନିଶ୍ଚୟ ।
ମିଳିଥିବା ସୂଚନା ଅନୁଯାୟୀ, ଆମିର ଖାଁଙ୍କ ପ୍ରଡକସନ ହାଉସ ଜୈନ ଦଶଲାକ୍ଷଣୀ ଆରମ୍ଭ ହେବା ଅବସରରେ ଟୁଇଟର ହ୍ୟାଣ୍ଡେଲରେ ଏକ କ୍ଲିପ ଶେୟାର କରିଥିଲା । ଏଥିରେ ମିଚ୍ଛାମି ଦୁକ୍କଡମ ଲେଖାଯାଇ, ଜଣା ଅଜଣାରେ ହୋଇଥିବା ଭୁଲକୁ ନେଇ କ୍ଷମା ମଗାଯାଇଥିଲା । ଏହାପରେ କେତେଜଣ ୟୁଜର୍ସ ଆମିର ଖାଁଙ୍କ ସମର୍ଥନରେ କମେଣ୍ଟ କରିଥିବା ବେଳେ ଆଉ କେତେଜଣ ତାଙ୍କ ଆକାଉଣ୍ଟ ହ୍ୟାକ ହୋଇଥିବା ଦାବି କରିଥିଲେ ।

SOA post below
Leave a comment