ଅପରାଜିତାଙ୍କ ଅପିଲ; ୨ଦିନ ପରେ ମନ କଥା କହିବେ

ବହୁ ବାଦବିବାଦ ପରେ ଶେଷରେ ଆଜି ଓଲିଉଡ୍ ଅଭିନେତା ବାବୁଶାନ ମହାନ୍ତି ଘରକୁ ଫେରିଛନ୍ତି । ୩ ଦିନ ଧରି ସେ ଚେନ୍ନାଇରେ ଥିଲେ । ଦମନ ଫିଲ୍ମର ପ୍ରମୋସନ କରିବାକୁ ଚେନ୍ନାଇ ଯାଇଥିଲେ । ପୁଅ ଫେରିବା ପରେ ପ୍ରତିକ୍ରିୟା ଦେଇଛନ୍ତି ମା’ ଅପରାଜିତା ମହାନ୍ତି । ତାଙ୍କ ପୁଅ ବାବୁଶାନ ଘରକୁ ଫେରିଥିବାରୁ ସାରା ରାଜ୍ୟବାସୀଙ୍କୁ ସେ ଧନ୍ୟବାଦ ଜାଣିଛନ୍ତି । ବାବୁଶାନ ଏବେ କ୍ଲାନ୍ତ ଅଛନ୍ତି, ଦୁଇଦିନ ପରେ ନିଜ ମନ କଥା କହିବେ । ବର୍ତ୍ତମାନ ପାଇଁ କୌଣସି ଗଣମାଧ୍ୟମ ତାଙ୍କ ଘର ବାହାରେ ଭିଡ଼ ଜମାନ୍ତୁ ନାହିଁ ବୋଲି ସେ ଅପିଲ୍ କରିଛନ୍ତି ଅପରାଜିତା।
୩ ଦିନ ପରେ ବାବୁଶାନ ଫେରିବା ପରେ ଘର ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ବହୁ ଚିହ୍ନା, ଅଚିହ୍ନା ମୁହଁ ଦେଖିବାକୁ ମିଳୁଛି । ତେଣୁ ପରିବାର ପ୍ରତି ବିପଦ ଥିବା କହି କମିଶନରେଟ ପୋଲିସକୁ ସୁରକ୍ଷା ମାଗିଛନ୍ତି ଅପରାଜିତା । ପରିବାର ପ୍ରତି ବିପଦ ଥିବା ଅପରାଜିତା କହିବା ସହ ଗଣମାଧ୍ୟମ ସହ କିଛି ଅଚିହ୍ନା ଲୋକ ଥିବା ସୂଚନା ଦେବା ସହ ତୁରନ୍ତ ପୋଲିସ ପଠାଇବାକୁ ଅନୁରୋଧ କରିଛନ୍ତି ।