ସହିଦ ପରିବାରକୁ ପ୍ରାୟ ୭ ଲକ୍ଷ ଟଙ୍କା ଦାନ କଲେ ମୃତ ଭିକାରୁଣୀ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭିକ ମାଗି ଗୁଜୁରାଣ ମେଣ୍ଟାଉ ଥିବା ଜଣେ ଭିକାରୁଣୀ ଏବେ ପାଲଟିଛି ସମସ୍ତଙ୍କ ପାଇ ଉଦାହରଣ | ପୁଲଓ୍ବାମା ସହିଦ ପରିବାର ପାଇଁ ଦାନ କରିଛନ୍ତି ୬ ଲକ୍ଷ ୬୧ ହଜାର ୬୦୦ ଟଙ୍କା |

ରାଜସ୍ଥାନ ଅଜମେର ନନ୍ଦିନୀ ଶର୍ମା, ୬ମାସ ପୂର୍ବରୁ ତାଙ୍କ ଦେହାନ୍ତ ହୋଇଯାଇଛି । ଆଜମେରର ବଜରଙ୍ଗ ଗଡ଼ର ଛକରେ ଥିବା ଆମ୍ବେ ମାତାଙ୍କ ମନ୍ଦିର ପାଖରେ ବସି ଏହି ଭିକାରୁଣୀ କିଛି ବର୍ଷ ଧରି ଭିକ ମାଗୁଥିଲେ ଏବଂ ଟଙ୍କା ସଞ୍ଚୟ କରିଥିଲେ । ପ୍ରତିଦିନ ମନ୍ଦିରରୁ ମିଳୁଥିବା ଟଙ୍କା ମନ୍ଦିର କମିଟିର ସଦସ୍ୟଙ୍କୁ ଦେଉଥିଲେ । ମନ୍ଦିର କମିଟିର ସଦସ୍ୟ ବୟସ୍କା ମହିଳାଙ୍କ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲି ଦେଇଥିଲେ । ମହିଳା ନିଜ ଅନ୍ତିମ ସମୟରେ ଏହା କହି ପ୍ରାଣ ତ୍ୟାଗ କରିଥିଲେ ଯେ ଏହି ଟଙ୍କାକୁ କୈାଣସି ଭଲ କାମରେ ଲଗାଯିବ ।

Leave A Reply

Your email address will not be published.