ନବୀନ ଙ୍କୁ ଭେଟିଲେ ଏ.ଆର୍‌. ରେହେମାନ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶ୍ୱକପ ହକି ଉଦ୍‌ଘାଟନୀ ଉତ୍ସବ ପାଇଁ ଓଡିଶାରେ ପହଞ୍ଚିଛନ୍ତି ବଲିଉଡର ନାମୀ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍‌. ରେହେମାନ । ସେ ଭୁବନେଶ୍ବରରେ ପହଞ୍ଚିବା ପରେ ଶୁକ୍ରବାର ନବୀନ ନିବାସରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏଥିସହ ସେ ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍ଫି ମଧ୍ୟ ନେଉଥିବା ଦେଖାଯାଇଛି ।

ଆସନ୍ତା ୨୭ ଓ ୨୮ ତାରିଖରେ ବିଶ୍ୱକପ ହକିର ଉଦ୍‌ଘଟନୀ ଉତ୍ସବ କଟକ ବାରବାଟୀ ଓ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ଅବସରରେ ରେହମାନ ସଙ୍ଗୀତ ପରିବେଷଣ କରିବେ । ଭୁବନେଶ୍ୱରରେ ୨୭ ତାରିଖରେ ଓ କଟକ ବାରବାଟୀ ଷ୍ଟାଡିୟମେରେ ୨୮ ତାରିଖରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ । ନଭେମ୍ବର ୨୭ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱକପ ହକିର ଓପନିଂ ସେରିମନିରେ ବଲିଉଡ଼ର ଧକ ଧକ ଗାର୍ଲ ମାଧୁରୀ ଦିକ୍ଷୀତ ମଧ୍ୟ ପରଫର୍ମ କରିବେ । ପ୍ରାୟ ୧୧ଶହ କଳାକାରଙ୍କ ସହ ସେ ନୃତ୍ୟ ପ୍ରରିବେଷଣ କରିବେ । ମାଧୁରୀଙ୍କ ଏକ ଝଲକ ପାଇଁ ଦର୍ଶକମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି ।  ଅନ୍ୟପକ୍ଷରେ କଟକର ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱକପ୍ର ଉଦ୍‌ଘାଟନୀ ଉତ୍ସବ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଡିସିପି ଅଖିଳେଶ୍ୱର ସିଂହ ବାରବାଟୀ ଯାଇ ପ୍ରସ୍ତୁତି ଓ ସୁରକ୍ଷାର ସମୀକ୍ଷା କରିଛନ୍ତି ।

Leave A Reply

Your email address will not be published.