ଆର ପାରିରେ ଅରବିନ୍ଦ ମୁଦୁଲି

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଓଡ଼ିଶାର ବିଶିଷ୍ଟ ଭଜନ ଗାୟକ ଅରବିନ୍ଦ ମୁଦୁଲି ଙ୍କ ଗତ କାଲି ରାତି ୩ଟା ରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା । ନିମାଁଇ ଚରଣ ହରିଚନ୍ଦନ ଓ ଭିକାରୀ ବଳଙ୍କ ପରେ ଓଡ଼ିଶାର ଭଜନ ଗାୟନ କ୍ଷେତ୍ରରେ ଅରବିନ୍ଦ ମୁଦୁଲି ଘରେ ଘରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ଓଡ଼ିଶା ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଗତକାଲି ରାତିରେ ଅରବିନ୍ଦ ଶୋଇଥିବା ବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ରାତି ୩ଟାରେ ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତରମାନଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ ମଧ୍ୟ ତାଙ୍କ ଜୀବନ ବଞ୍ଚିପାରିଲାନି ।

ଅରବିନ୍ଦ ଖୋର୍ଦ୍ଧା ଜିଲ୍ଲା ଖଣତି ଗାଁରେ ଜନ୍ମଗ୍ରହଣ କରିଥିଲେ।ପିଲାଦିନରୁ ସଙ୍ଗୀତ ପ୍ରତି ଆକୃଷ୍ଟ ଥିଲେ । ଭଜନ ଗାୟନ କ୍ଷେତ୍ରରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସ୍ଥାପନ କରିଥିଲେ। ଭୁବନେଶ୍ୱର ଭୀମଟାଙ୍ଗି ରେ ରହୁଥିବା ଅରବିନ୍ଦ ମୁଦୁଲି ଙ୍କ ପାର୍ଥିବ ଶରୀର ଆଜି ତାଙ୍କ ଗାଁ କୁ ନିଆଯାଇଛି ପରେ ସେଠାରୁ ପୁରୀ ନିଆଯାଇ ସ୍ୱର୍ଗଦ୍ୱାର ରେ ଶେଷକୃତ୍ୟ ସମ୍ପନ୍ନ ହେବ।

Sikshaya
Leave A Reply

Your email address will not be published.