ଘରେ ମିଳୁଛି ଏହିସବୁ ସଂକେତ କି ? ଆଗକୁ ମିଳିବ ଶୁଭ ଖବର

ଜୀବନରେ ଘଟୁଥିବା ପ୍ରତ୍ୟେକ ଘଟଣା ସହ ଆମର କିଛି ନା କିଛି ସମ୍ପର୍କ ରହିଥାଏ। କିଛି ଛୋଟ ଘଟଣା ଯାହାକୁ ଆମେ ଅଣଦେଖା କରିଥାଉ ତାହା ଅଧିକ ପ୍ରଭାବ ପକାଇଥାଏ। ଅନେକ ସଙ୍କେତ ଦେଇଥାଏ। ତେବେ ଆସନ୍ତୁ ଜାଣିବା ଏହି ସଙ୍କେତଗୁଡ଼ିକ ବିଷୟରେ…
-ଯଦି ସକାଳେ ଆପଣଙ୍କ ଦ୍ବାର ପାଖରେ ଗାଈ ହମ୍ବା ରଡ଼ି ଦେଇଥାଏ ତେବେ ଏହାକୁ ସୌଭାଗ୍ୟ ବୋଲି କୁହାଯାଇଥାଏ। ଏପରି ହେଲେ ଆପଣଙ୍କ ଜୀବନରେ କିଛି ଭଲ ଘଟିବ। ଯଦି ଆପଣଙ୍କ ଘରେ ସକାଳେ କାଉ ବୋବାଏ ତେବେ ଏହାର ଅର୍ଥ ଆପଣଙ୍କ ଘରେ ଆଜି କୈାଣସି ଚିଠି ଆସିବ।
-ଯଦି ଆପଣଙ୍କ ଘର ଅଗଣାରେ ମାଙ୍କଡ଼ କେଉଁଠୁ ଆଣି ଆମ୍ବ ପେନ୍ଥା ପକାଇଥାଏ ତେବେ ଆପଣଙ୍କ ବ୍ୟବସାୟରେ ଲାଭ ହେବ। ଏହା ବ୍ୟତୀତ ଘରର ଦକ୍ଷିଣ ଭାଗରେ ହରଡ଼ ଚଢ଼େଇ ବୋବାଇଥାଏ ତେବେ ଏହାର ଅର୍ଥ ଆପଣଙ୍କୁ ଖୁବ୍ ଶୀଘ୍ର ଧନ ପ୍ରାପ୍ତି ହେବ।
-ଯଦି ଆପଣଙ୍କ ଘର ଛାତରେ କିମ୍ବା କାନ୍ଥରେ କଳା ପିମ୍ପୁଡ଼ି ରହିବା ଆରମ୍ଭ କରନ୍ତି ତେବେ ଏହା ଶୁଭ ବୋଲି କୁହାଯାଇଥାଏ। ଏପରି ହେଲେ ଆପଣଙ୍କ ଘରର ଭାଗ୍ୟ ଉଦୟ ହେବ।
-ଯଦି କୌଣସି ଭଲ କାମ ପାଇଁ ଆପଣ ଘରୁ ବାହାରୁଛନ୍ତି ତେବେ ଯଦି କୈାଣସି ବ୍ୟକ୍ତି ଗୁଡ଼ କିଣୁଥିବା କିମ୍ବା ଗୁଡ଼ ନେଇଯାଉଥିବା ଦେଖାଯାଆନ୍ତି ତେବେ ଏହା ଦ୍ବାରା ଆପଣଙ୍କୁ ଲାଭ ମିଳିବ।